ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କୁ ବାନ୍ଧିଲା ପୁଲିସ, ଜାଣନ୍ତୁ କାରଣ

ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କୁ ବାନ୍ଧିଲା ପୁଲିସ, ଜାଣନ୍ତୁ କାରଣ

ଜାତୀୟ ଖବର

ନୂଆଦିଲ୍ଲୀ: ବାରାଣସୀ ‘ଜ୍ଞାନବାପୀ ମସଜିଦ’ କମ୍ପ୍ଲେକ୍ସରେ ମିଳିଥିବା ଏକ ‘ଶିବଲିଙ୍ଗ’ ମାମଲା  ଅପମାନଜନକ, ଉତ୍ତେଜନାମୂଳକ ତଥା ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରି ଫସିଛନ୍ତି ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରଫେସର। ଫେସବୁକ୍ରେ ବିବାଦୀୟ ପୋଷ୍ଟ କରି ବନ୍ଧା ହୋଇଛନ୍ତି ଦିଲ୍ଲୀ ୟୁନିଭରସିଟିର ଆସୋସିଏଟ ପ୍ରଫେସର ରତନ ଲାଲ । ଦିଲ୍ଲୀ ପୁଲିସ୍ ଏହି ମାମଲାରେ ତାଙ୍କୁ ଗିରଫ କରିଥିବା ବେଳେ ଆସନ୍ତାକାଲି କୋର୍ଟଚାଲାଣ କରିବ ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ. ରତନ ଲାଲଙ୍କ ବିରୋଧରେ ସୁପ୍ରିମକୋର୍ଟ ଓକିଲ ଭିନିତ ଜିନ୍ଦଲ ଦିଲ୍ଲୀ ପୁଲିସ୍ରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ବିରୋଧରେ ଧାର୍ମିକ ଭାବନାକୁ କୁଠାରଘାତ କରିବା ପରି ଅଭିଯୋଗ ହୋଇଥିଲା।ଏନେଇ  ଆଡଭୋକେଟ ଭିନିତ ଜିନ୍ଦଲ କହିଛନ୍ତି ଯେ ଜ୍ଞାନବାପୀ ମସଜିଦ କମ୍ପ୍ଲେକ୍ସରେ ମିଳିଥିବା ଏକ ‘ଶିବଲିଙ୍ଗ’ ମାମଲା  ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି । ଏପରି ସ୍ଥିତିରେ ରତନ ଲାଲ ଶିବଲିଙ୍ଗ ଉପରେ ଏକ ଅପମାନଜନକ, ଉତ୍ତେଜନାମୂଳକ ତଥା ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିଛନ୍ତି।  ଏନେଇ ଆଡଭୋକେଟଜଣକ ଗତ ୧୭ ତାରିଖରେ ପ୍ରଫେସର ରତନ ଲାଲଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିବା ବେଳେ ଗତକାଲି ରାତିରେ ତାଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀ ପୁଲିସ୍ ପକ୍ଷରୁ କୁହାଯାଇଛି।

ପୁଲିସର ସୂଚନାନୁସାରେ, ଆସୋସିଏଟ୍ ପ୍ରଫେସର ରତନ ଲାଲଙ୍କୁ  ଧର୍ମ, ଜାତି, ଜନ୍ମସ୍ଥାନ, ବାସସ୍ଥାନ, ଭାଷା ଇତ୍ୟାଦି ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାମୂଳକ ଭାବନା ପ୍ରୋତ୍ସାହିତ କରିବା ଅଭିଯୋଗରେ ଗିରଫ କରାଯାଇଛି।

ନିଜ ପକ୍ଷ ରଖି ରତନ ଲାଲ କହିଥିଲେ, “ଭାରତରେ ଯଦି ଆପଣ କୌଣସି ବିଷୟରେ କୁହନ୍ତି, ତେବେ  ତାହା ଦ୍ୱାରା ଅନ୍ୟର ଭାବନା କ୍ଷତିଗ୍ରସ୍ତ ହେବ। ତେଣୁ ଏହା କିଛି ନୂଆ ନୁହେଁ । ମୁଁ ଜଣେ ଐତିହାସିକ ତଥା ପୁରାତନ କିର୍ତ୍ତୀରାଜୀ ଉପରେ ଗବେଷଣା କରିଛି ।  ମୁଁ ମୋର ପୋଷ୍ଟରେ ବହୁତ ଶାଳୀନତା ଭାଷା ବ୍ୟବହାର କରିସାରିଛି ଏବଂ ତଥାପି ମୋତେ ଏବେ ସଫେଇ ଦେବାକୁ ପଡ଼ୁଛି।


Powered by Froala Editor