ଟପଲେସ ଫଟୋ ଛାଡ଼ିଲେ ଇନଷ୍ଟାରେ

ଟପଲେସ ଫଟୋ ଛାଡ଼ିଲେ ଇନଷ୍ଟାରେ

ବିଶେଷ ଖବର

ମୁମ୍ବାଇ: ଅଭିନେତ୍ରୀ ତଥା ଭିଜେ ଅନୁଷା ଦାଣ୍ଡେକର ସୋସିଆଲ ମିଡିଆରେ ସବୁବେଳେ ବୋଲ୍ଡ ଫଟୋ ପୋଷ୍ଟ କରିଥାନ୍ତି। ଏବେ ପୁଣି ଥରେ ଲାଟେଷ୍ଟ ବୋଲ୍ଡ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କ ହୃଦସ୍ପନ୍ଦନ ବଢାଇଛନ୍ତି। ଅନୁଷା ଇନଷ୍ଟାଗ୍ରାମରେ ଏମିତି କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଟପଲେସ ନଜର ଆସିଛନ୍ତି।

ଅନୁଷା ଏହି ଫଟୋସୁଟ୍‌ ଏକ ବ୍ରାଣ୍ଡ ପାଇଁ କରିଛନ୍ତି। ଯେଉଁଥିରେ ସେ ବ୍ରାଉନ୍‌ ସ୍କିନ ବ୍ୟୁଟିର ସନସ୍କ୍ରିନ ହାତରେ ଧରିଥିବା ନଜର ଆସିଛନ୍ତି। ଫଟୋରେ ମଧ୍ୟ ଅନୁଷା ଟପଲେସ ହୋଇ ବସିଥିବା ନଜର ଆସିଛନ୍ତି। ନିଜ ଦେହକୁ ଘୋଡାଇବା ପାଇଁ ଏକ ବଡ଼ ଟୋପି ଧରିଥିବା ନଜର ଆସିଛନ୍ତି।

ଅନୁଷା ନିଜକୁ ଏହି ଟୋପି ସାହାଯ୍ୟରେ ଶରୀରକୁ କଭର କରିଛନ୍ତି। ଆଉ କ୍ୟାମେରା ସାମ୍ନାରେ ପୋଜ ଦେଉଛନ୍ତି। ଅନୁଷାଙ୍କର ଏହି ଫଟୋ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏହି ଫଟୋକୁ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ଅନୁଷା ସବୁବେଳେ ନିଜ ପର୍ସନାଲ ଲାଇଫ ଏବଂ ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଅନୁଷା ଏବଂ କରନ କୁନ୍ଦ୍ରାଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥିଲା। ଦୁହେଁଁ ଅନେକ ଦିନ ସମ୍ପର୍କରେ ରହିବା ପରେ ବ୍ରେକଅପ୍‌ କରିନେଇଥିଲେ। ଏବେ କରନ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶକୁ ଡେଟ୍‌ କରୁଛନ୍ତି। ଅନୁଷା ଆଙ୍କରିଂ କରିବା ଛଡା ସୁପର ମଡେଲ ଅଫ୍‌ ଦ ଇଅର ଜଜ୍‌ ଭାବେ ନଜର ଆସିଥିଲେ।

Powered by Froala Editor