ରାଜ୍ୟ ସଚିବାଳୟ ହେବ କି ବିଜେଡି ପାର୍ଟି ଅଫିସ ?: ମାନସ ଚୌଧୁରୀ

ରାଜ୍ୟ ସଚିବାଳୟ ହେବ କି ବିଜେଡି ପାର୍ଟି ଅଫିସ ?: ମାନସ ଚୌଧୁରୀ

ରାଜ୍ୟ ଖବର

କଟକ: ବିଜେଡି ଶାସନକାଳରେ ସବୁକିଛି ବିଜେଡିକରଣ ହେବାକୁ ଯାଉଛି। ଏଠି ନେତାମାନେ ଆଉ ରାଜ୍ୟ ଚଳାଉ ନାହାନ୍ତି। ଅମଲାମାନଙ୍କ ହାତରେ ସରକାରୀ କଳ ଏବଂ ଶାସନ। ବିଭିନ୍ନ ସମୟରେ ସରକାରୀ ଅଧିକାରୀମାନେ ରାଜ୍ୟ ସରକାରଙ୍କ ହାତବାରିସୀ ସାଜି କାମ କରୁଥିବା ଦେଖାଯାଇଥିଲା। କିନ୍ତୁ ଏବେ ସରକାରୀ କାର୍ୟ୍ୟାଳୟ ମଧ୍ୟ ଧୀରେ ଧୀରେ ଶାସକ ବିଜୁ ଜନତା ଦଳର କାର୍ୟ୍ୟାଳୟରେ ପରିଣତ ହେବାକୁ ଯାଉଛି। ସରକାରୀ ଦଳର କର୍ମୀ ଓ ନେତାମାନେ ଏହି ସରକାରୀ ଅଫିସଗୁଡ଼ିକୁ ଏକପ୍ରକାର ନିଜ ନିୟନ୍ତ୍ରଣକୁ ନେଇଗଲେଣି। ସମୟ ଆସିବ ରାଜ୍ୟ ସଚିବାଳୟ ମଧ୍ୟ ବିଜେଡି କାର୍ୟ୍ୟାଳୟରେ ପରିଣତ ହୋଇଯିବ। ବିଜେଡି ଲାଗି ନୂତନ ପାର୍ଟି କାର୍ୟ୍ୟାଳୟର ଆବଶ୍ୟକତା ପଡ଼ିବ ନାହିଁ। ରାଜ୍ୟ ସଚିବାଳୟରୁ ହିଁ ନିର୍ବାଚନ ପରିଚାଳନା ହବ। ଏହା ଆମେ କହୁ ନାହୁଁ, ଏହା ଏବେ ଲୋକ କହିବା ଆରମ୍ଭକଲେଣି। ଏହାର କେତେ ନା କେତେ ଉଦାହରଣ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏମିତି ଏକ ତଥ୍ୟକୁ ନେଇ ଟୁଟିଟର୍‌ରେ ଟୁଇଟ୍‌ କରିଛନ୍ତି କଂଗ୍ରେସ ନେତା ତଥା କଟକ ଜଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ। ସେ ତାଙ୍କ ଟୁଇଟର ହାଣ୍ଡେଲରେ ଏକ ଭିଡିଓ ଜାରି କରିଛନ୍ତି। ସେଥିରେ ଲେଖା ଅଛି ଯେ କଟକ ରେଭେନ୍ୟୁ ଅଫିସରେ କଟକ ବିଜେଡି ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଇଦ୍—ମିଲନ୍ କରାଯାଉଛି। ବିଜେଡିର ଦଳୀୟ ଚିହ୍ନ ଥିବା ବ୍ୟାନର ଓ ନେତାମାନଙ୍କ ଫଟୋ ମଧ୍ୟ ମରାଯାଇଛି। ଏଥିରେ ବିଜୁ ଜନତା ଦଳର ସଂକେତ,  ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଦଳର ମୁଖଆ ନବୀନ ପଟ୍ଟନାୟକ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, କଟକ ମେୟର ସୁବାସ ସିଂହଙ୍କ ସହିତ ଅନ୍ୟ ନେତାଙ୍କ ଫଟୋ ସ୍ଥାନ ପାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏକ ସରକାରୀ କାର୍ୟ୍ୟାଳୟରେ ଏପରି ଦଳୀୟ କାର୍ୟ୍ୟକ୍ରମ କରିବାକୁ ଅନୁମତି ଦେଲା କିଏ। କାହା ଅନୁମତିରେ ଏପରି ଦଳୀୟ କାର୍ୟ୍ୟକ୍ରମ କରାଯାଉଛି। କ’ଣ ସରକାରୀ କାର୍ୟ୍ୟାଳୟଗୁଡ଼ିକ ଧୀରେ ଧୀରେ ବିଜେଡିକରଣ କରାଯାଉଛି କି? ଏହାକୁ ନେଇ ଶ୍ରୀ ଚୌଧୁରୀ ମଧ୍ୟ ଲେଖିଛନ୍ତି ସେମାନେ ସରକାରୀ କାର୍ୟ୍ୟାଳୟଗୁଡ଼ିକର ରାଜନୀତିକରଣ କରିଦେଲେଣି। ଏପରିକି ଭୁବନେଶ୍ବରରେ ସେମାନଙ୍କୁ ଆଉ ନୂତନ ପାର୍ଟି କାର୍ୟ୍ୟାଳୟ କରିବାର ଆବଶ୍ୟକ ନାହିଁ। ରାଜ୍ୟ ସଚିବାଳୟକୁ ସେମାନେ ଧୀରେ ଧୀରେ ପାର୍ଟି କାର୍ୟ୍ୟାଳୟରେ ପରିଣତ କରିଦେବ!   

Powered by Froala Editor