ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ୟୁଟ୍ୟୁବ୍‌ ଭିଡିଓ ଯୁଦ୍ଧ

ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ୟୁଟ୍ୟୁବ୍‌ ଭିଡିଓ ଯୁଦ୍ଧ

ରାଜ୍ୟ ଖବର

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବଢିବାରେ ଲାଗିଛି । ଏବେ ଅନୁଭବ ବର୍ଷାଙ୍କ ବିରୋଧରେ ଭିଡିଓ ପରେ ଭିଡଓ ଅପଲୋଡ୍‌ କରି ଏକ ପ୍ରକାର ଯୁଦ୍ଧ ଡାକରା ଦେଇଛନ୍ତି।  ନିଜ ପକ୍ଷ ରଖି ଅନୁଭବ ଗୋଟିଏ ପରେ ଗୋଟିଏ ଭିଡିଓ ପୋଷ୍ଟ କରୁଥିବା ବେଳେ ବର୍ଷାଙ୍କ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହେଉଛି । ବର୍ଷାଙ୍କ ଏତଲା ପରେ ଏବେ ପୁଣି ବର୍ଷାଙ୍କ ବିରୋଧରେ ସାଂସଦ ଅନୁଭବ ମହାନ୍ତି ନିଜ ୟୁଟୁ୍ୟବରେ ପୋଷ୍ଟ କରିଛନ୍ତି ତୃତୀୟ ଭିଡିଓ  । ନିଜ ସୋଶାଲ ମିଡିଆରେ ପାର୍ଟ-୩ ଭାବେ ଅନୁଭବ ଏହାକୁ ଅପଲୋଡ୍ କରିଛନ୍ତି ।

ନିଜ ଭିଡିଓରେ ବର୍ଷାଙ୍କୁ ସିଧାସଳଖ ଟାର୍ଗେଟ କରି ତାଙ୍କୁ ଅଲଗା ହୋଇଯିବାକୁ ଖୁଲମଖୁଲା କହିଛନ୍ତି ଅନୁଭବ  ।  ଆମେ କେବେ ଏକାଠି ରହିପାରିବାନି, ତେଣୁ ଅଲଗା ହୋଇଯିବାଟା ଭଲ ବୋଲି କହିଛନ୍ତି । କେସ୍ ଲଢିଲେ କାହାକୁ କିଛି ମିଳିବିନି  । କେସରେ ଜଣେ ଜିତିବ, ଜଣେ ହାରିବ  । ହେଲେ ଜୀବନରେ କେହି ଜିତିପାରିବାନି ବୋଲି କହିଛନ୍ତି ଅନୁଭବ  । ଏଥିସହ ଜୀବନସାଥୀ ବାଛିବାରେ  ମୁଁ କିପରି ଏପରି ଭୁଲ୍ ନିଷ୍ପତ୍ତି ନେଇପାରିଲି  ଭାବିକି ଲଜ୍ଜା ଲାଗୁଛି ବୋଲି କହିଛନ୍ତି  ।

ଏଥିସହ କହିଛନ୍ତି, ଆମ ଦାମ୍ପତ୍ୟ କଳହ ମୁଁ ନୁହେଁ, ବର୍ଷା ହିଁ ପଦାକୁ ଆଣିଛନ୍ତି  । ଉଭୟଙ୍କ ମର୍ୟ୍ୟାଦାହାନୀ ନ ହେବା ପାଇଁ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲି  । ହେଲେ ବର୍ଷା ଏହାକୁ କଟକ କୋର୍ଟକୁ ଆଣିଥିଲେ । ମୁଁ ଯେତେ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛି, ବର୍ଷା ଏହାକୁ ସେତେ ଲୋକଙ୍କୁ ଜଣାଉଛନ୍ତି । ମୋ’ ଉପରେ ବର୍ଷା ଲଗାଇଥିବା ସମସ୍ତ ଅଭିଯୋଗ ମିଛ । ତେବେ କାହା କଥା ସତ ଓ କାହା କଥା ମିଛ, ତାହା ତଦନ୍ତ ପରେ ହିଁ ଜଣାପଡିବ ।

Powered by Froala Editor