ଟିଭି ଅଭିନେତ୍ରୀଙ୍କ ହତ୍ୟାକାରୀଙ୍କୁ ଏନକାଉଣ୍ଟର

ଟିଭି ଅଭିନେତ୍ରୀଙ୍କ ହତ୍ୟାକାରୀଙ୍କୁ ଏନକାଉଣ୍ଟର

ରାଜ୍ୟ ଖବର

ଶ୍ରୀନଗର: କଶ୍ମୀର ପୁଲୱାମା ଜିଲ୍ଲା ଅବନ୍ତିପୁରାରେ ସୁରକ୍ଷାକର୍ମୀଙ୍କୁ ସଫଳତା । ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କ ହତ୍ୟାକାରୀଙ୍କୁ ଏନକାଉଣ୍ଟର । ଅବନ୍ତିପୁରାରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଅବନ୍ତିପୁରାରେ ଆତଙ୍କୀଙ୍କ ଅନୁପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଅପରେସନରେ ଲସ୍କର-ଇ-ତୋଇବାର ୨ ସଦସ୍ୟ ନିହତ ହୋଇଛନ୍ତି ।ବୁଧବାର ଟିଭି ଅଭିନେତ୍ରୀ ଅମରିନ ଭଟଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଉକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ଟ୍ରାପରେ ପଡିଥିବା ଦୁଇ ଆତଙ୍କୀ ଅମରିନ ଭଟଙ୍କ ହତ୍ୟାକାରୀ ବୋଲି ଗୁଇନ୍ଦା ବିଭାଗରୁ ତଥ୍ୟ ପାଇଥିଲା ସୁରକ୍ଷା ବଳ । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷା ବାହିନୀ ଏନକାଉଣ୍ଟର  କରିଥିଲେ । 

ଦୁଇ ଆତଙ୍କୀ ହେଲେ ସାକିର ଅହମ୍ମଦ ୱାଜା ଓ ଅଫରିନ ଅଫତବ ମାଲିସ । ସେମାନଙ୍କ ଘର ସୋଫିଆନରେ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଗୁଳିଗୋଳା, ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ଗତକାଲି(ଗୁରୁବାର) କୁପୱାରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ ଆତଙ୍କବାଦୀ ନିପାତ ହୋଇଥିଲେ ।

Powered by Froala Editor