ମାଲକାନଗିରି: ୬ଟି ରାଜ୍ୟର ପୁଲିସ ପାଇଁ ଚିନ୍ତାର କାରଣ ସାଜିଥିବା ମୋଷ୍ଟ ୱାଣ୍ଟେଡ୍ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦୀପ ଯାଦବର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସନ୍ଦୀପଙ୍କ ଘର ବିହାରର ଗୟା ଜିଲ୍ଲାରେ।
ସନ୍ଦିପଙ୍କ ବିରୋଧରେ ଓଡିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଏହି ୬ ରାଜ୍ୟରେ ୫୦୦ରୁ ଅଧିକ ମାମଲା ରହିଛି। ବିଭିନ୍ନ ରାଜ୍ୟରେ ସନ୍ଦିପଙ୍କ ବିରୋଧରେ ରହିଥିବା ପୁରସ୍କାର ରାଶିକୁ ମିଶାଇଲେ ପ୍ରାୟ ୮୪ ଲକ୍ଷ ଟଙ୍କା ହେବ।
ଗତ ତିନି ଦଶନ୍ଧି ହେଲା ୬ଟି ରାଜ୍ୟର ଲୋକଙ୍କ ମନ ଭିତରେ ଭୟ ସଂଚାର କରିବା ସହ ପୁଲିସର ନିଦ ହଜାଇ ଦେଇଥିଲେ ନକ୍ସଲ କମାଣ୍ଡର ସନ୍ଦିପ। ତେବେ ସନ୍ଦିପଙ୍କୁ ଧୋକ୍କା ଦେଇ ବିଷ ଦିଆଯାଇଥିବା ଜଣାପଡ଼ିଛି। ସନ୍ଦୀପର ମୃତ୍ୟୁ ପରେ ନକ୍ସଲ ସଂଗଠନକୁ ଏକ ବଡ଼ ଝଟକା ଲାଗିଥିବା କୁହାଯାଉଛି।
Powered by Froala Editor
