ଭୁବନେଶ୍ୱର: ହାଇକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ସୋସିଆଲ ମିଡିଆରେ ମନ୍ତବ୍ୟ ନରଖିବାକୁୁ ଉଭୟଙ୍କୁ ହାଇକୋର୍ଟ ତାଗିଦ କରିଛନ୍ତି । କେହି କାହା ବିରୋଧରେ ମନ୍ତବ୍ୟ ନଦେବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଆଉ କୌଣସି ଭିଡିଓ ପୋଷ୍ଟ ନକରିବାକୁ ଅନୁଭବଙ୍କୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ପ୍ରକାଶ ଯେ, ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ବର୍ଷା ହାଇକୋର୍ଟ ଯାଇଥିଲେ । ନିକଟରେ ଅନୁଭବ ଲଗାତର ତିନୋଟି ଭିଡିଓ କରି ବର୍ଷାଙ୍କ ଉପରେ ଖୁବ ବର୍ଷିଥିଲେ । ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ମୁହାଁମୁହିଁ ହୋଇଥିଲେ ଅନୁଭବ ଓ ବର୍ଷାଙ୍କ ଫ୍ୟାନ । ବର୍ଷାଙ୍କ ବାବଦରେ ଅନୁଭବ ଅନେକ କଟୁ ଟିପ୍ପଣୀ ଦେବା ସହ ତାଙ୍କର ନାରୀତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଫଳରେ ବର୍ଷା ପ୍ରଥମେ ପୁରୀ ଘାଟ ଥାନାକୁ ଯାଇ ଅନୁଭବଙ୍କ ବିରୋଧରେ ଏତଲା ଦେଇଥିଲେ । ଅନୁଭବଙ୍କ ଏଭଳି ଭିଡ଼ିଓ ପାଇଁ ତାଙ୍କ ମାନହାନି ହୋଇଛି ବୋଲି ଅଭିଯୋଗ କରିଥିଲେ ବର୍ଷା ।
ସେପଟେ ଅନୁଭବଙ୍କ ଫ୍ୟାନମାନେ ବର୍ଷାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏହାକୁ ମଧ୍ୟ କାଉଂଟର ଆଟାକ କରିଥିଲେ ବର୍ଷାଙ୍କ ଫ୍ୟାନ । ସୋସିଆଲ ମିଡ଼ିଆରେ ପତି ପନôୀଙ୍କ ଫ୍ୟାନମାନେ ଝଡ଼ ସୃଷ୍ଟି କରୁଥିବାରୁ ବର୍ଷା ସାଇବର ଥାନାରେ ଅଭିଯୋଗ କରିଥିଲେ । ଏବେ ପୁଣି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୋସିଆଲ ମିଡ଼ିଆରେ ତାଙ୍କ ନାମରେ ହେଉଥିବା ଅପପ୍ରଚାର ବନ୍ଦ ପାଇଁ ସେ ପିଟିସନ ଦେଇଛନ୍ତି ।
Powered by Froala Editor
