ନନ୍ଦନକାନନରେ ସିଂହୀ ମୃତ

ନନ୍ଦନକାନନରେ ସିଂହୀ ମୃତ

ରାଜ୍ୟ ଖବର

ଭୁବନେଶ୍ୱର: ନନ୍ଦନକାନନରେ ଏକ ସିଂହୀର ମୃତ୍ୟୁ ହୋଇଛି । ସାପ କାମୁଡ଼ିବା ଯୋଗୁ ସିଂହୀଟିର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ସିଂହୀଟିକୁ ଏକ ସାପ କାମୁଡ଼ି ଦେଇଥିଲା ।

ସାପଟି କାମୁଡ଼ିବା ପରେ ତାର ଚିକିତ୍ସା କରାଯାଉଥିଲା । ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ସିଂହୀଟିର ମୃତ୍ୟୁ ହୋଇଛି । ୩୦ ନଂ ଖୁଆଡରେ ମୃତ ଆଫ୍ରିୟ ସିଂହୀଟି ରହୁଥିବା ଜଣାପଡ଼ିଛି ।

Powered by Froala Editor