ପେଟରେ କୋକେନ୍‌ ଚାଲାଣ

ପେଟରେ କୋକେନ୍‌ ଚାଲାଣ

ଜାତୀୟ ଖବର

ନୂଆଦିଲ୍ଲୀ:  ଆଉ ବ୍ୟାଗ, ଆଟାଚ ଭିତରେ ନୁହେଁ ଏବେ ସିଧା ପେଟରେ ଚାଲାଣ ହେଉଛି କୋକେନ୍। ଉଗାଣ୍ଡାରୁ ଆସିଥିବା ଏପରି ୨ ସନ୍ଦିଗ୍ଧ ମହିଳାଙ୍କୁ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକାଇଥିଲେ କଷ୍ଟମ ଅଧିକାରୀ। ଛାନଭିନ ବେଳେ ସେମାନଙ୍କ ନିକଟରୁ କିଛି ମିଳି ନ ଥିଲା।  ହେଲେ ହସ୍ପିଟାଲ ନେଇଥିବା ବେଳେ ଉଭୟ ମହିଳା କୋକେନ ଭର୍ତ୍ତି ୧୬୧ କ୍ୟାପସୁଲ ଗିଳିଥିଲେ । ଜଣେ ମହିଳାଙ୍କ ପେଟରୁ ୮୦ଟି ଓ ଅନ୍ୟ ଜଣଙ୍କ ପେଟରୁ ୮୧ଟି କୋକେନ ଭର୍ତ୍ତି କ୍ୟାପସୁଲ ବାହାରିଲା। ଏହାର ଓଜନ ପାଖାପାଖି ୨ କେଜି ଓଜନ ହେବ ଓ ମୂଲ୍ୟ ୨୮ କୋଟି ହେବ ବୋଲି କହିଛନ୍ତି ଅଧିକାରୀ । ଏହି ଅଭିଯୋଗରେ ମହିଳାଦ୍ୱୟଙ୍କୁ ଗିରଫ କରାଯାଇଛି।

କଷ୍ଟମ୍ସ ଅଧିକାରୀଙ୍କ କହିବାନୁସାରେ, ଉଗାଣ୍ଡାରୁ ଆସିଥିବା ଜଣେ ମହିଳା ମେ ୨୨ ତାରିଖରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରେ ସେ ସନ୍ଦେହଜନକ ଅବସ୍ଥାରେ ଧରାପଡିଥିବା ବେଳେ ସେ ନିଜ ଶରୀରରେ କିଛି ବିଷାକ୍ତ ପଦାର୍ଥ ଲୁଚାଇ ରଖିଥିବା ଜଣା ପଡ଼ିଥିଲା। ଯେତେବେଳେ ମହିଳାଙ୍କୁ  ହସ୍ପିଟାଲକୁ ନିଆଯାଇ ଏକ୍ସ-ରେ କରାଗଲା, ସେତେବେଳେ ତାଙ୍କ ପେଟରେ ୮୦ କ୍ୟାପସୁଲ ଥିବା ଦେଖିବାକୁ ମିଳିଥିଲା । ଡାକ୍ତରଙ୍କ ଦ୍ୱାରା ଅପରେସନ କରାଯାଇ ତାଙ୍କ ପେଟରୁ କ୍ୟାପସୁଲଗୁଡିକ ବାହାର କରାଯିବା ପରେ ସେଥିରେ କୋକେନ ଥିବା ଜଣାପଡ଼ିଲା। ଏହି ୮୦ଟି କ୍ୟାପସୁଲରେ ମୋଟ  ୯୫୭ ଗ୍ରାମ ଓଜନର କୋକେନ ଥିବା ବେଳେ ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୧୪.୩୫ କୋଟି ହେବ।

ସେହିଭଳି ମେ ୨୬ରେ ଯେତେବେଳେ ଉଗାଣ୍ଡାର ଅନ୍ୟ ଜଣେ ମହିଳା ଦିଲ୍ଲୀ ବିମାନବନ୍ଦରରେ ଗ୍ରୀନ୍ ଚ୍ୟାନେଲ ଅତିକ୍ରମ କରୁଥିଲେ, ସେତେବେଳେ ତାଙ୍କୁ ସନ୍ଦେହ ଆଧାରରେ ଧରାଯାଇଥିଲା ।  ପ୍ରଥମେ ପ୍ରଥମ ସବୁ କଥା ଫାଙ୍କି ଦେଇଥିବା ଏହି ମହିଳାଙ୍କୁ ଆରଏମଏଲ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ପେଟରୁ ୮୧ଟି କୋକେନ ଭର୍ତ୍ତି କ୍ୟାପସୁଲ ବାହାରିଥି

Powered by Froala Editor