ନୂଆଦିଲ୍ଲୀ: ଦକ୍ଷିଣ ନାଇଜେରିଆର ଏକ ଚର୍ଚ୍ଚରେ ଶନିବାର ଏକ ଅଘଟଣ ଘଟିଛି। ଅତ୍ୟଧିକ ଭିଡ଼ ଯୋଗୁଁ ଦଳାଚକଟାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି।
ଅଭାବୀ ଲୋକଙ୍କୁ ସହାୟତା’ ପାଇଁ ଚର୍ଚ୍ଚ ଭିତରେ ଶନିବାର ଏକ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ଚର୍ଚ୍ଚ ଭିତରେ ପ୍ରବଳ ଭିଡ଼ ଜମି ଥିଲା। ପରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ କହିବା ମୁତାବକ, ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ଏବଂ ଅନେକ ଛୋଟ ଛୁଆ ଅଛନ୍ତି।ଇୟଗ୍ଦ ଭଚ୍ଚ
ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିଭର ଷ୍ଟେଟ୍ ପୁଲିସର ମୁଖପାତ୍ର ଗ୍ରେସ୍ ଇରିଙ୍ଗ-କୋକୋଙ୍କ କହିବା ଅନୁଯାୟୀ, କଙ୍ଗସ୍ ଆସେମ୍ବଲି ପେଣ୍ଟିକୋଷ୍ଟାଲ ଚର୍ଚ୍ଚ ଦ୍ୱାରା ଆୟୋଜିତ ଏହି କାର୍ୟ୍ୟକ୍ରମରେ ଅନେକ ଲୋକ ସାମିଲ ହୋଇ ସାହାଯ୍ୟ ଲୋଡିଥିଲେ। ଏହି କାର୍ୟ୍ୟକ୍ରମ ବେଳେ ହିଁ ଠେଲାପେଲା ଆରମ୍ଭ ହୋଇଥିଲା। ଅନେକ ଲୋକ ‘ସପ୍ ଫର ଫ୍ରି’ରୁ ଲାଭ ନେବା ପାଇଁ ଆସିଥିଲେ।
ସକାଳ ୯ଟାରେ ଏହି କାର୍ୟ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଭୋର ୫ଟାରୁ ଲୋକେ ଚର୍ଚ୍ଚରେ ପହଞ୍ଚି ଯାଇଥିଲେ। ତେବେ ଚର୍ଚ୍ଚର ମୁଖ୍ୟ ଫାଟକରେ ତାଲା ପଡିଥିଲା। ପରେ ଲୋକମାନେ ଏହି ଫାଟକକୁ ଭାଙ୍ଗି ଦେଇଥିଲେ। ଚର୍ଚ୍ଚ ଭିତରେ ପ୍ରବେଶ କରିବା ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ପୂରା ଅଞ୍ଚଲକୁ ସିଲ୍ କରାଯାଇଛି। ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ନାଇଜେରିଆରେ ଏଭଳି କାର୍ୟ୍ୟକ୍ରମ ପ୍ରାୟତଃ ଆୟୋଜିତ ହୋଇଥାଏ। ଏଠାକାର ୮ କୋଟିରୁ ଅଧିକ ଜନସଂଖ୍ୟା ଦରିଦ୍ରତାରେ ଜୀବନ ବିତାଉଛନ୍ତି।
Powered by Froala Editor
