କେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁଲା ମୌସୁମୀ

ଜାତୀୟ ଖବର

ନୂଆଦିଲ୍ଲୀ: ଆସିଲା ବଡ଼ ଖବର।  ଖୁବଶୀଘ୍ର ମିଳିବ ତାତିରୁ ତ୍ରାହି। କେରଳ ଛୁଇଁଲା ମୌସୁମୀ ବାୟୁ। ଜୁନ୍ ୧ରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆଇଏମ୍ଡି ଆକଳନ କରିଥିଲା। ତେବେ ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। ମୌସୁମୀ ଛୁଇଁବା ପରେ କେରଳର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ତେବେ ମୌସୁମୀ ବାୟୁ ଓଡ଼ିଶା କେବେ ଛୁଇଁବ ସେ ନେଇ କିଛି ଆକଳନ କରାଯାଇ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଆଣ୍ଡାମାନ ନିକୋବରରେ ମୌସୁମୀ ବାୟୁ ପହଞ୍ଚିବା ପରେ ପାଗ ଅନୁକୂଳ ନଥିବାରୁ ମେ’ ୨୭ ସୁଦ୍ଧା କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଥିଲା।

Powered by Froala Editor