ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମନି ଲଣ୍ଡରିଂ ମାମଲାରେ ଇଡିରେ ହାଜର ହେବା ପୂର୍ବରୁ ଶ୍ରୀମତୀ ଗାନ୍ଧୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଫଳରେ ସେ ଇଡିରେ ହାଜର ହୋଇ ପାରିବେ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନି। ଇଡ ପକ୍ଷରୁ ଗୁରୁବାର ତାଙ୍କୁ ଇଡିରେ ହାଜର ହେବାକୁ ସମନଜାରି ହୋଇଥିଲା। ତା’ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ଟେଷ୍ଟ ପଜିଟିଭ ଆସିଥିବା ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ୟ୍ୟେୱାଲା ସୂଚନା ଦେଇଛନ୍ତି।
Powered by Froala Editor
