ବିବାହ କରିବେ ନୟନତାରା, ଜାଣନ୍ତୁ କେବେ କେଉଁଠି?

ବିବାହ କରିବେ ନୟନତାରା, ଜାଣନ୍ତୁ କେବେ କେଉଁଠି?

ବିଶେଷ ଖବର

ମୁମ୍ବାଇ:  ତାମିଲ୍ ଅଭିନେତ୍ରୀ ନୟନତାରା ବିବାହ କରିବେ। ନିର୍ଦ୍ଦେଶକ ବିଘ୍ନେଶ ଶିବାନଙ୍କୁ ବିବାହ କରିବେ। ସେମାନେ ଆସନ୍ତା କାଲି ଅର୍ଥାତ ବୁଧବାର ଚେନ୍ନାଇର ମହାବାଳିପୁରମ୍ଠାରେ ବିବାହ କରିବେ ବୋଲି ସ୍ଥିର ହୋଇଛି। ଏହି ଦମ୍ପତି ସିନେମା ଶୈଳୀରେ ବିବାହ କରିବେ ବୋଲି ଚିନ୍ତା କରିଛନ୍ତି। ସେମାନଙ୍କ ସ୍ବତନ୍ତ୍ର ଦିନରେ ଏହି ଯୋଡ଼ି ଏକ ଗ୍ରାଣ୍ଡ୍ ପାର୍ଟି ଦେବାର ବନ୍ଦୋବସ୍ତ କରିଛନ୍ତି। ଦୀର୍ଘ ୬ ବର୍ଷର ପ୍ରେମ ସଂପର୍କ ପରେ ଶେଷରେ ଦୁହେଁ ବିବାହ ନିଷ୍ପତ୍ତି ନେଇଛନ୍ତି।

ଉଭୟ ବିଘ୍ନେଶ ଓ ନୟନତାରା ପୂର୍ବରୁ ସେମାନଙ୍କ ସଂପର୍କକୁ ନେଇ ଦର୍ଶକଙ୍କୁ ସଂକେତ ଦେଇ ସାରିଥିଲେ। ଅନେକ ସମୟରେ ସେମାନେ ସୋସିଆଲ୍ ମିଡିଆରେ ଫଟୋ ଦେଇ ଚର୍ଚ୍ଚାରେ ରହୁଥିଲେ। ଗତ ମାସରେ ସେମାନେ ତିରୁପତି ମନ୍ଦିରକୁ ଯାଇଥିବାର ଏକ ଫଟୋ ବି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।

୨୦୨୧ ମସିହା ମାର୍ଚ ମାସରେ ଏକ ଉତ୍ସବରେ ନିଜ ପରିବାର ଲୋକଙ୍କ ଉପସ୍ଥିତିରେ ପରସ୍ପର ସହ ନିର୍ବନ୍ଧ କରିଥିଲେ ନୟନତାରା ଓ ବିଘ୍ନେଶ। ଏବେ ଖାଲି ଦର୍ଶକଙ୍କୁ ସେମାନଙ୍କ ପ୍ରିୟ ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କ ବିବାହ ଦେଖିବା ଅପେକ୍ଷା ରହିଲା। ସେମାନେ ସେମାନଙ୍କ ବିବାହ ମଣ୍ଡପକୁ ଚଳଚ୍ଚିତ୍ର ଶୈଳୀରେ ପ୍ରବେଶ କରିବେ ବୋଲି ବିଘ୍ନେଶ ଇଣ୍ଡିଆ ଟୁଡେକୁ ସୂଚନା ଦେଇ କହିଛନ୍ତି।

Powered by Froala Editor