ସକାଳୁ ଖାଲି ପେଟରେ ସେଓ ଖାଇବାର ଫାଇଦା ଜାଣନ୍ତି କି?

ସକାଳୁ ଖାଲି ପେଟରେ ସେଓ ଖାଇବାର ଫାଇଦା ଜାଣନ୍ତି କି?

ବିଶେଷ ଖବର

ଭୁବନେଶ୍ୱର: ସକାଳେ ଖାଲି ପେଟରେ ସେଓ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। କାରଣ ସେଓରେ ଆଇରନ,ପ୍ରୋଟିନ ଓ ଭିଟାମିନ ସହ କାର୍ବୋହାଇଡ୍ରାଇଟି ମଧ୍ୟ ପ୍ରଚୁର ମାତ୍ରାରେ ଥାଏ। ସକାଳେ ଗୋଟେ ସେଓ ସେବନ କରିବା ଦ୍ୱାରା ସାରା ଦିନ ଏନର୍ଜି ରହିଥାଏ। ଆସନ୍ତୁ ଜାଣିବା ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟେ ସେଓ ଖାଇବା ଦ୍ୱାରା କଣ ଲାଭ ହୋଇଥାଏ।

ପୋଷାକ ତତ୍ୱ :  ଏଥିରେ ଥିବା ଭରପୂର ଫାଇବର, ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ ପ୍ରଚୁର ମାତ୍ରାରେ ରହିଥାଏ। ସକାଳେ ଯେତେବେଳେ ଖାଲି ପେଟରେ ଖିଆଯାଏ ଏହା ଶରୀରକୁ ପୁର୍ଣ ପୋଷାକ ଦେଇଥାଏ। ତେଣୁ ଦୈନିକ ଗୋଟେ ସେଓ ନିଶ୍ଚିତ ଖାଆନ୍ତୁ।

ଇମ୍ୟୁନିଟି : ସେଓ ଇମ୍ୟୁନିଟି ବୁଷ୍ଟର ଭାବେ କାମ କରିଥାଏ। ପ୍ରତିଦିନ ସକାଳେ ଗୋଟେ ସେଓ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢି ଥାଏ। ସେଓ ରେ ଭିଟାମିନ ସି, ପ୍ରୋଟିନ ଓ ଅନ୍ୟ ପୋଷାକ ତତ୍ତ୍ୱ ଭରପୁର ଥାଏ। ଯାହା ଇମ୍ୟୁନିଟି ବଢ଼ାଇଥାଏ।

ହାର୍ଟ : ଖାଲି ପେଟରେ ସେଓ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ସେଓରେ ଥିବା ଫାଇବର ବ୍ଲଡ଼ ପରସୂତ୍ର ପ୍ରେସରକୁ କଣ୍ଟ୍ରୋଲ କରିଥାଏ। ଏଥିରେ ଥିବା ଭିଟାମିନ ଓ ପୋଟାସିଅମ ହୃଦୟକୁ ସୁସ୍ଥ ରଖିଥାଏ।

ଓଜନ : ଯଦି ଆପଣ ଓଜନ କଣ୍ଟ୍ରୋଲ କରିବାକୁ ଖାଲି ପେଟରେ ଗୋଟେ ସେଓ ଖାଆନ୍ତୁ, ପ୍ରତିଦିନ ଗୋଟେ ସେଓ ଖାଇବା ଦ୍ୱାରା ଆପଣଙ୍କ ଓଜନ କଣ୍ଟ୍ରୋଲରେ ରହିବ।

Powered by Froala Editor