ଜୁନ୍‌ ୧୩ରେ ବାଚସ୍ପତି ନିର୍ବାଚନ

ଜୁନ୍‌ ୧୩ରେ ବାଚସ୍ପତି ନିର୍ବାଚନ

ରାଜ୍ୟ ଖବର

ଭୁବନେଶ୍ୱର: ସୂର୍ୟ୍ୟନାରାୟଣ ପାତ୍ର ଇସ୍ତଫା ଦେବା ପରେ ବାଚସ୍ପତି ପଦ ଖାଲି ପଡ଼ିଛି । ଜୁନ୍ ୧୩ରେ ବାଚସ୍ପତି ନିର୍ବାଚନ ହେବ । ଶୁକ୍ରବାର ହେବ ପ୍ରାର୍ଥିପତ୍ର ଦାଖଲ । ଏନେଇ ବିଧାନସଭା ପକ୍ଷରୁ ସୂଚନା ମିଳିଛି । ପରବର୍ତ୍ତୀ ବାଚସ୍ପତି ହୋଇପାରନ୍ତି ବିକ୍ରମ କେଶରୀ ଆରୁଖ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରୁ ଶନିବାର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଏପରିକି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଥିଲେ। ସୂର୍ୟ୍ୟନାରାୟଣଙ୍କ ପରେ ଭଞ୍ଜନଗର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ ବାଚସ୍ପତି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ ବିକ୍ରମ ଆରୁଖ ସଂସଦୀୟ ବ୍ୟାପର ସହ  ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଥିଲେ। ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ଏହି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ  ସରକାରୀ ମୁଖ୍ୟ ସଚେତକ ଦାୟିତ୍ଵ ଦିଆାଯାଇପାରେ ।

Powered by Froala Editor