ଇଡିରେ ହାଜର ହେବାକୁ ୩ ସପ୍ତାହ ସମୟ ନେଲେ ସୋନିଆ

ଇଡିରେ ହାଜର ହେବାକୁ ୩ ସପ୍ତାହ ସମୟ ନେଲେ ସୋନିଆ

ଜାତୀୟ ଖବର

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ନିକଟରେ ହାଜର ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଧିକ ୩ ସପ୍ତାହ ସମୟ ଲୋଡିଛନ୍ତି। ସୂଚନା ଅନୁଯାୟୀ ସୋନିଆଙ୍କ ଆବେଦନ ଉପରେ ଇଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ବୁଧବାର ସୋନିଆ ଇଡି ନିକଟରେ ହାଜର ହେବାକୁ ଥିଲା। ମାତ୍ର ସେ ୨ ତାରିଖରୁ କରୋନା ସଂକ୍ରମିତ ହୋଇଥିବାବେଳେ ଏବେ ସୁଦ୍ଧା ସୁସ୍ଥ ହୋଇ ନାହାନ୍ତି। ତେବେ ସୋନିଆଙ୍କ ପୁତ୍ର ରାହୁଲ ଗାନ୍ଧୀ ଜୁନ୍ ୧୩ ତାରିଖରେ ଇଡି ନିକଟରେ ହାଜର ହେବାକୁ ଅଛି।

ଉଲ୍ଲେଖଯୋଗ୍ୟ ଯେ ନ୍ୟାସନାଲ ହେରଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ପଚରା ଉଚରା ଲାଗି ଇଡି ରାହୁଲ ଓ ସୋନିଆ ଗାନ୍ଧିଙ୍କୁ ନୋଟିସ କରିଛନ୍ତି। ନ୍ୟାସନାଲ ହେରଲ୍ଡ  ଆସୋସିଏଟେଡ ଜର୍ଣ୍ଣାଲସ ଲିମିଟେଡ (ଏଜିଏଲ) ଦ୍ୱାରା ପ୍ରକାଶିତ ହୋଇଥାଏ। ଏହାର ମାଲିକାନା ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡଙ୍କ ନିକଟରେ ରହିଛି। ଇଡି ଅଧିକାରୀଙ୍କ ଅନୁସାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ପ୍ରିଭେନସନ ଅଫ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ) ର ଅପରାଧିକ ଧାରାରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପଚରା ଉଚରା କରିବାକୁ ଚାହାନ୍ତି।


Powered by Froala Editor