ପୃଥିବୀକୁ ଆସୁଛି ରହସ୍ୟଜନକ ରେଡ଼ିଓ ସଂକେତ

ପୃଥିବୀକୁ ଆସୁଛି ରହସ୍ୟଜନକ ରେଡ଼ିଓ ସଂକେତ

ବିଶେଷ ଖବର

ନୂଆଦିଲ୍ଲୀ: ପୃଥିବୀ କୁ ଆସୁଛି ରହସ୍ୟ ଜନକ ରେଡ଼ିଓ ସଂକେତ। ଯାହାକୁ ଠାବ କରିଛନ୍ତି ଜ୍ୟୋତିର୍ବିଜ୍ଞାନୀ। ପୃଥିବୀଠାରୁ ପ୍ରାୟ ୩୦୦ କୋଟି ଆଲୋକବର୍ଷ (୧ ଆଲୋକବର୍ଷ = ୩ ଲକ୍ଷ ଙ୍ଘ ୬୦ ଙ୍ଘ ୬୦ ଙ୍ଘ ୨୪ ଙ୍ଘ ୩୬୫ କିମି) ଦୂରରେ ଥିବା ଅନ୍ୟ ଏକ ନିହାରିକାରୁ ଆସୁଛି ରେଡିଓ ସଂକେତ । ତେବେ ବୈଜ୍ଞାନକମାନଙ୍କ ଦ୍ବାରା ଏପରି ବେତାର ସଂକେତ ଠାବ କରାଯିବାର ଏହା ପ୍ରଥମ ଘଟଣା ନୁହେଁ। ଏ ସମ୍ପର୍କରେ ବିଜ୍ଞାନ ପତ୍ରିକା ନେଚରରେ ବିବରଣୀ ପ୍ରକାଶ ପାଇଛି। ଗବେଷକମାନେ ନୂତନ ଫାଷ୍ଟ ରେଡିଓ ବର୍ଷ୍ଟ (ଏଫ୍‌ଆର୍‌ବି)ଗୁଡ଼ିକର ସନ୍ଧାନ ପାଇଛନ୍ତି, ଯାହା ଏଫ୍‌ଆର୍‌ବି ୨୦୧୯୦୫୨୦ବି ଭାବେ ଜଣାଶୁଣା। ଏକ ବାମନ ନିହାରିକାରୁ ଏହା ଆସୁଥିଲା। ୨୦୧୯ ମେ ମାସରେ ଚୀନ୍‌ର ଗୁଇଝୋଉଠାରେ ଫାଇଭ୍-ହଣ୍ଡ୍ରେଡ୍ ମିଟର ଆପରଚର ସ୍ଫିରିକାଲ ରେଡିଓ ଟେଲିସ୍କୋପ (ଏଫ୍‌ଏଏସ୍‌ଟି ବା ଫାଷ୍ଟ) ବ୍ୟବହାର କରି ଏଫ୍‌ଆର୍‌ବି ଠାବ କରାଯାଇଥିଲା। ୨୦୨୦ରେ ପାଞ୍ଚମାସ ଭିତରେ ସେହିପରି ୭୫ଟି ଅଧିକ ଏଫ୍‌ଆର୍‌ବି ଠାବ କରାଯାଇଥିଲା। ଯେଉଁ ବସ୍ତୁରୁ ଏହି ଏଫ୍‌ଆର୍‌ବିଗୁଡ଼ିକ ଆସୁଥିଲା ସେଗୁଡ଼ିକ ଏଫ୍‌ଆର୍‌ବିଗୁଡ଼ିକ ମଝିରେ ଛୋଟ ଓ ଦୁର୍ବଳ ବିକିରଣ ମଧ୍ୟ କରୁଥିଲେ। ଏହି ଏଫ୍‌ଆର୍‌ବିଗୁଡ଼ିକ ୨୦୧୬ରେ ଦେଖାଦେଇଥିବା ପ୍ରଥମ ଏଫ୍‌ଆର୍‌ବି (ଏଫ୍‌ଆର୍‌ବି ୧୨୧୧୦)ର ଅନୁରୂପ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି। ତେବେ ଏହି ବିକିରଣଗୁଡ଼ିକର କାରଣ ବିଷୟରେ ବୈଜ୍ଞାନିକମାନେ ଦୃଢ଼ନିଶ୍ଚିତ ନୁହନ୍ତି।

Powered by Froala Editor