କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ବିଇଓ। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବିପିନୀ ବିହାରୀ ସିଂଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ତାଙ୍କ ପାଖରୁ ୫ହଜାର ଟଙ୍କା ଜବତ କରିଛି ଓ ଏହାସହ ତାଙ୍କୁ ପଚରାଉଚରା କରୁଛି।
ବିପିନ ବକେୟା ଦରମା କରେଇ ଦେବା ପାଇଁ ଭାଗବତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କୁ ୫ହଜାର ଟଙ୍କା ମାଗିଥିଲେ। ଏନେଇ ଅନିରୁଦ୍ଧ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଭିଜିଲାନ୍ସ କର୍ମଚାରୀ ବିପିନଙ୍କ ଅଫିସରେ ପ୍ରସ୍ତୁତ ହୋଇ ରହିଥିଲେ। ଆଜି ନିଜ ଅଫିସରେ ଅନିରୁଦ୍ଧଙ୍କ ଠାରୁ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।
Powered by Froala Editor
