ଭୁବନେଶ୍ୱର : ରାଜ୍ୟରେ ଦୀର୍ଘ କିଛିଦିନ ହେବା ଅସହ୍ୟ ଗରମ ପରେ ପୁଣି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗୁରୁବାର ରାତିରୁ ପୁଣି ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇଛି। ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ସହ ବାୟୁମଣ୍ଡଳର ଉପର ସ୍ତରରେ ଏକ ମନସୁନ୍ ଟ୍ରପ୍ ଲାଇନ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୩୦ ତାରିଖ ପରେ ବର୍ଷାର ପରିମାଣ ବଢିବ। ବର୍ଷାର ପରିମାଣ ବଢିବା ସହ ୨ ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ନୂଆପଡ଼ା, ସୋନପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, ଜଗତସିଂହପୁର, ରାୟଗଡ଼ା, କୋରାପୁଟ, କେନ୍ଦ୍ରାପଡ଼ା, ପୁରୀ, ଗଜପତି ଏହି ସମସ୍ତ ଜିଲାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଜଣାପଡ଼ିଛି।
