ଓବେସୀଙ୍କ ବିରୋଧରେ ପୁରୀରେ ଏତଲା

ଓବେସୀଙ୍କ ବିରୋଧରେ ପୁରୀରେ ଏତଲା

ରାଜ୍ୟ ଖବର

ପୁରୀ: ଜଗନ୍ନାଥ ମନ୍ଦିର କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀଙ୍କ ବିରୁଦ୍ଧରେ ପୁରୀ ଥାନାରେ ଏତଲା ଦିଆଯାଇଥିବା ଖବର ମିଳିଛି। ନେଇ ଜଗନ୍ନାଥ ସେନା ଓ ଯୁବ ଅଧିବକ୍ତା ସଂଘ ପକ୍ଷରୁ ସିଂହଦ୍ୱାର ଥାନାରେ ଓୱେସୀଙ୍କ ନାଆଁରେ ଏତଲା ଦିଆଯାଇଛି।ଓୱେସୀଙ୍କ ବୟାନକୁ ଉଭୟ ସଂଘ କଡ଼ା ଭାଷାରେ ନିନ୍ଦା କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହାଇଦ୍ରାବାଦ ସାଂସଦଙ୍କର ଶ୍ରୀମନ୍ଦିର ବାବଦରେ ବୌଦ୍ଧ ସ୍ତୁପ ଭଙ୍ଗାଯାଇ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି ବୋଲି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିରୋଧ  କରାଯିବା ସହ ଅସଦୁଦ୍ଦିନ୍ ଓୱେସୀଙ୍କୁ ଗିରଫ କରିବାକୁ ଦାବି ହୋଇଛି।ସୂଚନାଯୋଗ୍ୟ, ପୂର୍ବରୁ ଜଗନ୍ନାଥଙ୍କ ମନ୍ଦିର ହୋଇଥିବା ସ୍ଥାନ ବୌଦ୍ଧସ୍ଥଳୀ ଥିଲା ବୋଲି ଅସଦୁଦ୍ଦିନ୍ ଓୱେସୀ କହିଥିଲେ। ପରେ ତାକୁ ଭାଙ୍ଗି ସେଠାରେ ମନ୍ଦିର ତିଆରି ହୋଇଥିବା ସେ କହିଥିଲେ। ଓୱେସୀଙ୍କ ଏପରି ବୟାନ ଦଙ୍ଗା ଭଳି ପରିସ୍ଥିତି ଉପୁଜାଇପାରେ ବୋଲି ଦୁଇ ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି।

Powered by Froala Editor