ନୂଆଦିଲ୍ଲୀ: ଦୁଇଦିନ ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ପଚରାଉଚରା କରାଯାଉଛି। ଆଜି ମଧ୍ୟ ଡାକରା ହୋଇଛି। ତେବେ ଗତକାଲି ଜେରା ପରେ ରାହୁଲ ଗାନ୍ଧି ବିଳମ୍ବିତ ରାତିରେ ମା’ ସୋନିଆ ଗାନ୍ଧିଙ୍କୁ ହସପିଟାଲରେ ଭେଟିଛନ୍ତି। କୋଭିଡ୍ ଜଟିଳତାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସୋନିଆ ଗାନ୍ଧିଙ୍କୁ ଗିତକାଲି ରାତି ୧୧ଟା ୩୦ରେ ରାହୁଲ ଗାନ୍ଧି ଭେଟିଛନ୍ତି। ତାଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ସୋନିଆ ଗାନ୍ଧି ଚିକିତ୍ସିତ ହେଉଥିବା ସାର ଗଙ୍ଗାରାମ ହସପିଟାଲକୁ ଯାଇଥିଲେ। ଦିଲ୍ଲୀରେ ଇଡି ମୁଖ୍ୟାଳୟରେ ରାହୁଲଙ୍କୁ ଜେରା ପରେ ଦୁହେଁ ଭାଇ ଭଉଣୀ ହିସପିଟାଲ ଅଭିମୁଖେ ଯାଇଥିଲେ। ସେଠାରେ ତାଙ୍କ ମାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ବୁଝିଥିଲେ। କୋଭିଡ୍ ସହ ଜଡ଼ିତ ରୋଗରେ ପୀଡ଼ିତ ହୋଇ ସୋନିଆ ଗାନ୍ଧି ରବିବାର ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।ଇୟଗ୍ଦ ଭଚ୍ଚ
ନ୍ୟାଶନାଲ ହେରାଲଡ୍ ନ୍ୟୁଜ ପେପର ମାମଲାରେ ମନିଲଣ୍ଡରିଂ ସଂକ୍ରାନ୍ତରେ ଗତକାଲି ଡି ରାହୁଳଙ୍କୁ ୧୧ ଘଣ୍ଟା ଜେରା କରିଥିଲା। ଗତକାଲି ଜେରା ବେଳେ ରାହୁଲଙ୍କ ସହ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଥିଲେ। ପିଏମ୍ଏଲଏର ଅପରାଧିକ ଆଇନ ଅଧୀନରେ ଆଜି ତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ କଂଗ୍ରେସର ଆନ୍ଦୋଳନ ଜାରି ରହିଥିବାରୁ ଇଡି ଅଫିସ୍ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ଧାରା ୧୪୪ ଜାରି ହୋଇଛି। ତେବେ ସୋମବାର ରାହୁଲଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଥିଲା। ଅନ୍ୟପକ୍ଷେ ରାହୁଲଙ୍କ ଇଡି ପକ୍ଷରୁ ଜେରାକୁ ବିରୋଧ କରି ଆଜି ମଧ୍ୟ କଂଗ୍ରେସ କର୍ମୀ ବିରୋଧ ପ୍ରଦର୍ଶନ କରିଛନ୍ତି। ଇଡିର ପଦକ୍ଷେପ ସଂପୂର୍ଣ୍ଣ ବେଆଇନ ବୋଲି କଂଗ୍ରେସ ନେତାମାନେ କହିଛନ୍ତି। ବିଭିନ୍ନ ଥାନାରେ କଂଗ୍ରେସ ନେତାମାନଙ୍କୁ ଅଟକ ରଖାଯାଇଛି।
କଂଗ୍ରେସ ନେତା ମଲିକାର୍ଜୁନ ଖଡ଼ଗେ, ଜୟରାମ ରମେଶ, ରଣଦୀପ ସିଂହ ସୁର୍ୟେୱାଲା, ରଘୁ ଶର୍ମା ଏବଂ ଅନ୍ୟ ନେତାମାନେ ଏବେ ବସନ୍ତ କୁଂଜ ଥାନାରେ ଅଛନ୍ତି। ଅନ୍ୟପକ୍ଷେ ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ, ଅଧୀର ରଂଜନ ଚୌଧୁରୀ, ଗୌରବ ଗୋଗଇ, ଦୀପେନ୍ଦ୍ର ସିଂହ ହୁଦା, ରଂଜିତ ରଂଜନ, ଇମ୍ରାନ ପ୍ରତାପଗଡ଼ି ଏବଂ ଅନ୍ୟମାନଙ୍କୁ ବଦରପୁର ଥାନାକୁ ନିଆଯାଇଥିଲା । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ଆମେ ଅଟକ କଂଗ୍ରେସ ନେତାଙ୍କୁ ଭେଟିବାକୁ ବିଭିନ୍ନ ଥାନାକୁ ଯାଉଛୁ କିନ୍ତୁ ଆମକୁ ଏଥିପାଇଁ ଅନୁମତି ମିଳୁନି। ଏଭଳି ସ୍ଥିତି ପୂର୍ବରୁ କେବେ ଉପୁଜିନଥିଲା। ଦେଶରେ ଏବେ ବିପଜ୍ଜନକ ସ୍ଥିତି ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।
Powered by Froala Editor
