ଅରବିଆଇ କେନ୍ଦ୍ରୀୟ ବୋର୍ଡରେ ୪ ନୂଆ ଅଧିକାରୀ ନିଯୁକ୍ତ

ଅରବିଆଇ କେନ୍ଦ୍ରୀୟ ବୋର୍ଡରେ ୪ ନୂଆ ଅଧିକାରୀ ନିଯୁକ୍ତ

ଜାତୀୟ ଖବର

ମୁମ୍ବାଇ: କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କେନ୍ଦ୍ରୀୟ ବୋର୍ଡରେ  ୪ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି। ସେମାନେ ହେଲେ ଆନନ୍ଦ ମହିନ୍ଦ୍ରା, ‌ପ୍ରଫେସର ରବୀନ୍ଦ୍ର ଢୋଲକିଆ, ବେଣୁ ଶ୍ରୀନିବାସନ ଏବଂ ପଙ୍କଜ ପଟେଲ। ସେମାନଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଉକ୍ତ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛି। ଏହି ୪ ଜଣ ବ୍ୟକ୍ତି ରିଜର୍ଭ ବ୍ୟାଙ୍କ ବୋର୍ଡରେ ସାମିଲ ହୋଇ କେନ୍ଦ୍ରୀୟ ବ୍ୟାଙ୍କର ନୀତି ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଆନନ୍ଦ ମହିନ୍ଦ୍ରା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅଧ୍ୟକ୍ଷ ଥିବାବେଳେ ପଙ୍କଜ ପଟେଲ ଜାଇଡସ୍ ଲାଇଫ୍‌ସାଇନ୍‌ସେସ୍‌ ଲିମିଟେଡର ଅଧ୍ୟକ୍ଷ ଅଛନ୍ତି। ଡ. ରବୀନ୍ଦ୍ର ଢୋଲକିଆ ଆଇଆଇଏମ୍ ଅହମ୍ମଦାବାଦର ଜଣେ ଅବସରପ୍ରାପ୍ତ ପ୍ରଫେସର ହୋଇଥିବାବେଳେ ବେଣୁ ଶ୍ରୀନିବାସନ ଟିଭିଏସ୍‌ ମୋଟର କମ୍ପାନିର ସେବାନିବୃତ୍ତ ଅଧ୍ୟକ୍ଷ ରହିଛନ୍ତି।

Powered by Froala Editor