ହାଇଦ୍ରାବାଦ: କଶ୍ମୀର ପଣ୍ଡିତଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଏବେ ସାଇ ପଲ୍ଲବୀଙ୍କ ଲାଗି ଚିନ୍ତାର କାରଣ ସାଜିଛି। ଚାରିଆଡେ ତାଙ୍କୁ ବିରୋଧ କରାଯାଉଛି। ସେ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ସାରା ଦେଶରେ ଉଠିଛି ବିରୋଧର ସ୍ୱର।
ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବିରାଟ ପର୍ବମର’ ପ୍ରମୋସନରେ ଖୁବ୍ ବ୍ୟସ୍ତ ଥିଲେ। ଏହି ସମୟରେ ସାଇ ପଲ୍ଲବୀ ବଲିଉଡ ଫିଲ୍ମ କଶ୍ମୀର ଫାଇଲରେ ପ୍ରଦର୍ଶିତ କଶ୍ମୀର ପଣ୍ଡିତଙ୍କ ଦୃଶ୍ୟକୁ ଗୋ ସୁରକ୍ଷା ନାଁରେ ହେଉଥିବା ମୋବ୍ ଲିଞ୍ଚିଂ ସହିତ ତୁଳନା କରିଛନ୍ତି। ଏହି ପ୍ରକାରର ବିବାଦୀୟ ବିବୃତ୍ତି ଦେଇ ସେ ବିବାଦ ଘେରକୁ ଟାଣି ଆଣି ଆସିଛନ୍ତି।
ନିକଟରେ ଏକ ସାକ୍ଷାତାକରରେ କହିଛନ୍ତି କଶ୍ମୀର ଫାଇଲ୍ସ ଫିଲ୍ମରେ ସେହି ସମୟରେ କିଭଳି କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଛି ତାହା ଦେଖାଯାଇଛି। ଯଦି ଆପଣ ଏହି ପ୍ରସଙ୍ଗକୁ ଏକ ଧାର୍ମିକ ସଙ୍ଘର୍ଷ ରୂପରେ ଦେଖିବେ ତେବେ ସମାଜରେ ହେଉଥିବା ଅନ୍ୟ ଏକ ଅନ୍ୟାୟକୁ ଅଣଦେଖା କରାଯାଉଛି।
କିଛି ଦିନ ପୂର୍ବରୁ ଗୋଟିଏ ଟ୍ରକରେ ଭର୍ତ୍ତି ହୋଇଥିବା ଗାଈଙ୍କୁ ନେଇ ଯାଉଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ମାଡ ମରା ଯାଇଥିଲା। ପରେ ଜୟ ଶ୍ରୀରାମ ବୋଲି ନାରା ଦିଆଯିବ ସହ ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଜୟ ଶ୍ରୀରାମ ଜପ କରିବାକୁ ବାଧ୍ୟ କରାଯାଇଥିଲା। ହେଲେ ଏପରି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପଲ୍ଲବୀ। କାରଣ ଏଦୁଇଟି ଘଟଣା ହେଉଛି ଧାର୍ମିକ ହିଂସା। ମୋ ମତରେ ଏପରି ସ୍ଥିତିରେ କୌଣସି ପ୍ରକାରର ଭେଦଭାବ କରାଯିବା ଅନୁଚିତ’ ବୋଲି କହିଛନ୍ତି ସାଇ ପଲ୍ଲବୀ। ସେ ଆହୁରି କହିଛନ୍ତି, ‘ମୋତେ ସେହି ଲୋକଙ୍କୁ ରକ୍ଷା କରିବା ପାଇଁ ଶିକ୍ଷା ଦିଆଯାଇଛି, ଯେଉଁମାନେ ସଙ୍କଟରେ ଅଛନ୍ତି। ଉତ୍ପଡୀତଙ୍କ ରକ୍ଷା କରାଯିବା ଉଚିତ।’
ପଲ୍ଲବୀଙ୍କର ଏପରି ମନ୍ତବ୍ୟକୁ ସୋସିଆଲ ମିଡିରେ ବିରୋଧ କରାଯାଇଛି । କିଛି ଏହାକୁ ସମର୍ଥନ କରୁଥିବାବେଳେ ଅନେକ ସାଇ ପଲ୍ଲବୀଙ୍କ ଏଭଳି ମନ୍ତବ୍ୟକୁ କଡା ବିରୋଧ କରିଛନ୍ତି। ଏହି ଦୁଇଟି ଘଟଣା କେବେବି ସମାନ ନୁହେଁ । ବରଂ ଏପରି କହି ସାଇ ପଲ୍ଲବୀ ହିନ୍ଦୁଙ୍କ ଉପରେ ସଂଖ୍ୟାଲଘୁଙ୍କ ହିଂସାକୁ ପରୋକ୍ଷରେ ସମର୍ଥନ କରୁଥିବା ୟୁଜର୍ସ କହିଛନ୍ତି।
ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ ଏବେ ତାଙ୍କ ଅପ୍କମିଂ ଫିଲ୍ମ ‘ବିରାଟ ପର୍ବମ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ରାଣା ଦଗୁବଟୀ ଲିଡ ରୋଲରେ ଅଛନ୍ତି। ଫିଲ୍ମଟି ୧୯୯୦ ଦଶକ ଏକ ସତ୍ୟ ଘଟଣା ଉପରେ ଆଧାରିତ। ଆସନ୍ତାକାଲି ଏହି ଫିଲ୍ମଟି ବଡ ପରଦାରେ ରିଲିଜ ହେବ।
Powered by Froala Editor
