ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଦାଢ଼ି ଦେଖି ଆଜିର ଯୁବପିଢ଼ିଙ୍କ ମଧ୍ୟରେ ଦାଢ଼ି ରଖିବା ଫେସନ୍ ହୋଇଗଲାଣି। ଏବେ ପୁଷ୍ପା ଫିଲ୍ମରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଦାଢ଼ି ମଧ୍ୟ ଅନେକଙ୍କୁ ଆକର୍ଷିତ କରିଛି। ଫଳରେ ଏବେ ଦାଢ଼ି ରଖିବା ସଉକରେ ପରିଣତ ହୋଇଗଲାଣି। ଏପରିକି କିଛି ଯୁବକ ବିବାହ ସମୟରେ ବି ଦାଢ଼ି ରଖିବାକୁ ପସନ୍ଦ କରୁଛନ୍ତି। ହେଲେ ଏମିତି ଏକ ଗାଁ ଅଛି ଯେଉଁଠି ଦାଢ଼ି ରଖିବା ମନା। ପୁରୁଷଙ୍କ ଦାଢ଼ି ଉପରେ ଜାରି ହୋଇଛି କଟକଣା।
ରାଜସ୍ଥାନର ପାଲି ଜିଲ୍ଲା। ଏଠକାର ୧୯ଟି ଗାଁରେ ଦାଢ଼ି ରଖିବାକୁ ନେଇ ଜାରି ହୋଇଛି ଫତୱା। ପୁରୁଷଙ୍କୁ ଦାଢ଼ି ରଖିବାକୁ ମନା ହୋଇଛି। ଯିଏ ଦାଢ଼ି ରଖିବ ତା’ର ହୋଇପାରିବନି ବାହାଘର। ଏନେଇ ସମାଜ ପକ୍ଷରୁ ସଫା ସଫା ଚେତାବନୀ ଜାରି କରାଯାଇଛି। ଦାଢ଼ି ରଖିଥିବା ପୁଅଙ୍କୁ ଝିଅ ଦିଆଯିବ ନାହିଁ। ବିବାହ କରିବାକୁ ହେଲେ କ୍ଲିନ୍ ସେଭ୍ ବାଧ୍ୟତାମୂଳକ। ଏନେଇ କୁମାୱତ ସମାଜର ସରପଞ୍ଚ ଏକ ପ୍ରସ୍ତାବ ପାରିତ କରିଛନ୍ତି। ଏଥିସହ ଜିଲ୍ଲାର ୧୯ଟି ଗାଁରେ ପତୱା ମଧ୍ୟ ଜାରି କରିଛନ୍ତି। ବରର ଦାଢ଼ିକୁ ନେଇ ଜାରି ଫତୱାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି।
ପାରିତ ହୋଇଥିବା ପ୍ରସ୍ତାବ ମୁତାବକ, ଯଦି ବର ଦାଢ଼ି ବଢ଼ାଇ ବିବାହ ବେଦିରେ ବସେ ତେବେ ତାକୁ ସାତ ଫେରା ନେବାକୁ ଦିଆଯିବ ନାହିଁ। କୁମାୱତ ସମାଜର ବୈଠକରେ ଏହି ପ୍ରସ୍ତାବକୁ ପାରିତ କରାଯାଇଛି। କୁମାୱତ ସମାଜର କହିବା ମୁତାବକ, ବିବାହ ଏକ ନିଆରା ପରମ୍ପରା, ଏଥିରେ ବୀଙ୍କୁ ରାଜା ଭଳି ଦେଖାଯିବା ଉଚିତ। ଏଭଳି ସ୍ଥିତିରେ ଯଦି ବର ଦାଢ଼ ରଖେ, ତେବେ ତାହା ଅଶୁଭ ବୋଲି ବିଶ୍ୱାସ କରାଯାଏ। ଫ୍ୟାଶନକୁ ନେଇ କୌଣସି ସମସ୍ୟା ନାହିଁ, କିନ୍ତୁ ବର ଦାଢ଼ି ରଖି ବିବାହ କରିବା ଆମକୁ ମଞ୍ଜୁର ନୁହେଁ ବୋଲି କମାୱତ ସମାଜ କହିଛି।
Powered by Froala Editor
