କୋଟିପତି ବିଡିଓଙ୍କର ୨୪ଟି ପ୍ଲଟ୍‌

କୋଟିପତି ବିଡିଓଙ୍କର ୨୪ଟି ପ୍ଲଟ୍‌

ରାଜ୍ୟ ଖବର


ଭିଜିଲାନ୍ସ ଜାରି କରିଥିବା ପ୍ରେସ୍‌ରିଲିଜ ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସଙ୍କର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ରହିଛି ୨୪ଟି ପ୍ଲଟ୍‌। ସେହିପରି କଟକ ୪୨ ମୌଜା କଳାପଡ଼ାରେ ଗୋଟିଏ ତିନି ମହଲା ବିଶିଷ୍ଟ କୋଠା ରହିଛି। ଯାହାର ଆନୁମାନିକ ମୂଲ୍ୟ ୧.୨୨ କୋଟି ଟଙ୍କା ହେବ। ଏହାଛଡ଼ା କଟକ ୪୨ ମୌଜାର ଶ୍ରୀକୃଷ୍ଣ ବିହାର ଝିଙ୍କିରିଆରେ ତାଙ୍କର ଆଉ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର ରହିଛି। ଯାହାର ଆନୁମାନିକ ମୂଲ୍ୟ ୧.୧୦ କୋଟି ଟଙ୍କା ହେବ। ଏହା ବ୍ୟବୀତ ଶ୍ରୀ ଦାସଙ୍କର କଟକରେ ଗୋଟିଏ ଇଟା ଫେକ୍ଟ୍ରୀ ରହିଥିବା ଭିଜିଲାନ୍ସ ଦର୍ଶାଇଛି।
ବିଡିଓ ଶ୍ରୀ ଦାସଙ୍କଠାରୁ ଭିଜିଲାନ୍ସ ନଗଦ ୧.୭୦ ଲକ୍ଷ ଟଙ୍କା, ୩୩୦ ଗ୍ରାମ ସୁନା, ୧ କେଜି ରୁପା, ୪ଟି ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଠାବ କରିଛି। ଏବେ ମଧ୍ୟ ଖାନତଲାସ ଜାରି ରହିଛି।

ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ନେଇ ପୂର୍ବରୁ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଆଜି ଭୋରୁ ଭୋରୁ କଟକ ଭିଜିଲାନ୍ସ ଡିଭିଜନର ୬ ଜଣିଆ ଟିମ୍‌  ବିଡ଼ିଓଙ୍କ ସରକାରୀ ବାସଭବନରେ ଚଢ଼ଉ କରିଥିଲା। ଭିଜିଲାନ୍ସ ଡିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ଏହି ଚଢ଼ଉ ଚାଲିଛି। ଏକା ସାଙ୍ଗରେ କଟକର ଝିଙ୍କିରିଆ ସ୍ଥିତ ତାଙ୍କ ପୈତୃକ ଘର ସମେତ କଟକରେ ଥିବା ଶ୍ୱଶୁର ଘର ଓ ଅନ୍ୟ ଦୁଇଟି ଜାଗାରେ ମଧ୍ୟ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି।

Powered by Froala Editor