ଉଦଳା : ସୁଇମିଂ ପୁଲରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ। ମୃତ ଶିଶୁ ଜଣଙ୍କ ହେଲେ ରିତେଶ ମହାପାତ୍ର। ତାଙ୍କୁ ୫ ବର୍ଷ ହୋଇଥିଲା। ରିତେଶଙ୍କ ଘର କପ୍ତିପଦା ଥାନା ଅନ୍ତର୍ଗତ ଜାମୁବଣି ଗାଁରେ ବୋଲି ଜଣାଯାଇଛି।
ଉଦଳା ଜାତୀୟ ରାଜପଥ କଡ଼ରେ ଥିବା ଏକ ହୋଟେଲରେ ବିବାହ ଉତ୍ସବ ଥିଲା। ସେଠାରେ ରିତେଶଙ୍କ ବାପା ଶରତ ଗୁପଚୁପ୍ ଷ୍ଟଲ୍ ପକାଇଥିଲେ। ରିତେଶ ତାଙ୍କ ବାପାଙ୍କ ସହ ଯାଇଥିଲେ। ଶରତ ଲୋକମାନଙ୍କୁ ଗୁପଚୁପ୍ ଦେବାରେ ବ୍ୟସ୍ତ ଥିବା ବେଳେ ରିତେଶ ହୋଟେଲରେ ଥିବା ସୁଇମିଂ ପୁଲ୍ ପାଖରେ ଖେଳୁଥିଲେ। ଖେଳୁ ଖେଳୁ ହଠାତ୍ ତାଙ୍କ ଗୋଡ଼ ସୁଇମିଂ ପୁଲରେ ଖସି ଯାଇଥିଲା। ସେ ପାଣିରେ ପଡ଼ି ଯାଇଥିଲେ।
ପରେ ଖୋଜାଖୋଜି କରିବାରୁ ତାଙ୍କୁ ସୁଇମିଂ ପୁଲରୁ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ଡାକ୍ତରଖାନାକୁ କରାଯାଇଥିଲା। ହେଲେ ବାଟରେ ରିତେଶଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor
