ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ବଡ଼ ନିଷ୍ପତ୍ତି

ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ବଡ଼ ନିଷ୍ପତ୍ତି

ରାଜ୍ୟ ଖବର

ଭୁବନେଶ୍ଵର : ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ସ୍ଵାସ୍ଥ୍ୟ ବିଭାଗର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ହେବ ଟିକାକରଣ। ଏନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆଗକୁ ରଥଯାତ୍ରା ଆସୁଛି। ପୁରୀରେ ଲକ୍ଷଲକ୍ଷ ଲୋକଙ୍କ ସମାଙ୍ଗମ ହେବ। ତେଣୁ ପୁରୀରେ ଅଧିକ ଟିକାକରଣ କରିବାକୁ ପ୍ରଶାସନକୁ ଅବଗତ କରାଯାଇଛି। ଯେଉଁମାନେ ଦ୍ଵିତୀୟ ଡୋଜ୍ ବା ପ୍ରିକସନ୍ ନେଇ ନାହାଁନ୍ତି ସେମାନଙ୍କୁ ଏକ ସ୍ଵତନ୍ତ୍ର କ୍ୟାମ୍ପ କରି ଟିକା ନେଇ ସ୍ଵାସ୍ଥ୍ୟ ବିଭାଗ ଅବଗତ କରାଇଛି। ଏହାସହ ପରିମଳ ଓ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ଏବେ କୋଭିଡ ସଂକ୍ରମଣ ରହିଛି ଆଗକୁ ମଧ୍ୟ ରହିଥିବ। ରାଜ୍ୟରେ ଯେତିକି ଆକ୍ଟିଭ କେସ୍ ରହିଛି ସେଥିରୁ ବହୁତ କମ୍ ସଂଖ୍ୟାରେ ଆକ୍ରାନ୍ତ ହସ୍ପିଟାଲ ଯାଉଛନ୍ତି। ଯେହେତୁ ରାଜ୍ୟରେ ଭଲ ଭାବରେ ଟିକାକରଣ ହୋଇଛି ରୋଗର ଭୟ କମ୍ ରହିଛି। ଅନ୍ୟପଟେ ଘରଘର ବୁଲି ସ୍ୱାସ୍ଥ୍ୟକର୍ମୀ ଏବଂ ଆଶା କର୍ମୀମାନେ ରୋଗ ଚିହ୍ନଟ କରୁଛନ୍ତି। ଯେହେତୁ ଏହି ସମୟରେ ବିଶେଷ କରି କୋଭିଡ୍, ଡାଇରିଆ, ଡେଙ୍ଗୁ, ଟିବି ଏବଂ ମ୍ୟାଲେରିଆ ବଢିଥାଏ, ସ୍ଵାସ୍ଥ୍ୟକର୍ମୀମାନେ ଘରଘର ବୁଲି ରୋଗୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି।

Powered by Froala Editor