ଦେବଗଡ଼: ହାତୀ ଆକ୍ରମଣରେ ଦେବଗଡ଼ ରେଞ୍ଜ ଅନ୍ତର୍ଗତ କାଲକାଠ ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ କାଲକାଠ ଗ୍ରାମର ଯୁଗଳ ସୁନା(୪୨)।ମିଳିଥିବା ସୂଚନା ଅନୁଯାୟୀ, ଯୁଗଳ ସୋମବାର ବିଳମ୍ବିତ ରାତିରେ ପରିସ୍ରା ପାଇଁ ଘରୁ ବାହାରକୁ ବାହାରିଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ହଠାତ୍ ଆକ୍ରମଣ କରିଥିଲା। ଦନ୍ତାଟି ଯୁଗଳଙ୍କୁ ଟେକି କଚାଡି ଦେଇଥିବା ବେଳେ ସେ ଆହତ ଅବସ୍ଥାରେ ଘଟଣାସ୍ଥଳରେ ପଡ଼ିରହିଥିଲେ। ପରିବାର ପକ୍ଷରୁ ତାଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏ ନେଇ ବନବିଭାଗକୁ ସୂଚନା ଦେଇଥିବା ଜଣାପଡ଼ିଛି।
Powered by Froala Editor
