ସପିଂ ମଲରେ ମିସାଇଲ ମାଡ଼, ୧୦ ମୃତ

ସପିଂ ମଲରେ ମିସାଇଲ ମାଡ଼, ୧୦ ମୃତ

ଜାତୀୟ ଖବର

କିଭ: ୟୁକ୍ରେନର ଏକ ସପିଂ ମଲରେ  ମିସାଇଲ ମାଡ କରିଛି ଋଷିଆ। ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି । କ୍ରେମନଚୁକ ସହରର ଏକ ସପିଂ ମଲରେ ଋଷ ମିସାଇଲ ମାଡ କରିଥିବା ୟୁକ୍ରେନର ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି କହିଛନ୍ତି । ମଲ୍‌ରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ଥିବା ବେଳେ ମିସାଇଲ ମାଡ କରିଥିଲା ଋଷିଆ । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ୟ୍ୟ ଜାରି ରଖିଛି ।ଏହି ଘଟଣାପରେ ମୃତ ଓ ଆହତଙ୍କ ସଂଖ୍ୟା ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ଚଳିତ ବର୍ଷ ଫେବୃଆରୀ ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ସହର ନିଜ ଅକ୍ତିଆରକୁ ନେଇଥିଲା । ଅନେକ ଦେଶ ଋଷର ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ଅନେକ ଦେଶ ଋଷ ଉପରେ କଟକଣା ଲଗାଇଥିଲେ । ଯୁଦ୍ଧକୁ ୪ ମାସ ବିତିଯାଇଥିବା ବେଳେ ଏବେ ମଧ୍ୟ ୟୁକ୍ରେନ ଉପରେ ଘନଘନ ଆକ୍ରମଣ ଜାରି ରଖିଛି ।

Powered by Froala Editor