ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ

ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ

ରାଜ୍ୟ ଖବର

ଭୁବନେଶ୍ଵର : ଆସିଲା ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ। ଶ୍ଵାସରୁଦ୍ଧ କାରଣରୁ ହୋଇଥିଲା ରାଇମୋହନଙ୍କ ମୃତ୍ୟୁ। ଗଳାରେ ରଶି ଲଗାଇବା କାରଣରୁ ଶ୍ଵାସରୁଦ୍ଧ ହୋଇଛି। ଶରୀରରେ ଥିବା ସାମାନ୍ୟ କ୍ଷତ ମୃତ୍ୟୁ ପୂର୍ବରୁ ହ୍ୟାଙ୍ଗିଂ ଯୋଗୁଁ ହୋଇଛି। ପୋଷ୍ଟମର୍ଟମ ସମ୍ପର୍କରେ କ୍ୟାପିଟାଲ ହସପିଟାଲ ପକ୍ଷରୁ ସୂଚନା ମିଳିଛି। ଏହି ରିପୋର୍ଟ କମିଶନରେଟ ପୋଲିସର ହସ୍ତଗତ ହୋଇଛି ।

ଅଭିନେତା ରାଇମୋହନ ମୃତ୍ୟୁର ସପ୍ତାହେ ପୂର୍ବରୁ ସେ ମଞ୍ଚେଶ୍ୱର ଥାନା ଯାଇଥିଲେ । କାହିଁକି ସେ ଥାନାକୁ ଯାଇଥିଲେ? ଏନେଇ ନାନା ପ୍ରଶ୍ନ ଉଠିଛି । ଏହାପଛରେ ମୃତ୍ୟୁର କାରଣ ରହିଛି କି ନାହିଁ, ତାହାର ମଧ୍ୟ ତନାଘନା ଆରମ୍ଭ ହୋଇଛି । ରାଇମୋହନ କିଛି ଦିନ ହେଲା ମାନସିକ ଅବସାଦରେ ଥିଲେ ବୋଲି ଡିସିପି ପ୍ରତୀକ ଗୀତା ସିଂ କହିଛନ୍ତି । ସେ କହିଛନ୍ତି, ବିଭିନ୍ନ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ରାଇମୋହନଙ୍କ ମୋବାଇଲ୍‌ ଜବତ କରାଯାଇଛି । ସେଥିରୁ କିଛି ତଥ୍ୟ ମିଳିବା ଆଶା ଅଛି ।

Powered by Froala Editor