ବସ୍‌ ଧର୍ମଘଟ ସ୍ଥଗିତ

ବସ୍‌ ଧର୍ମଘଟ ସ୍ଥଗିତ

ରାଜ୍ୟ ଖବର

ଭୁବନେଶ୍ୱର: ବସ୍‌ ଧର୍ମଘଟ ସ୍ଥଗିତ। ଜୁଲାଇ ୧ ତାରିଖରେ ହେବାକୁ ଥିବା ବସ୍‌ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ବସ୍‌ ମାଲିକ ସଙ୍ଘ। ବସ୍‌ ଧର୍ମଘଟ ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ ସ୍ଥଗିତ ରଖିଛି ସଙ୍ଘ। ଏନେଇ ଚେତାବନୀ ଦେଇଛି ବସ୍‌ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ। ରଥଯାତ୍ରାକୁ ଦେଖି ବସ୍‌ ଧର୍ମଘଟ ସ୍ଥଗିତ ରଖିଛି ସଙ୍ଘ।

ଶ୍ରୀ ସାହୁଙ୍କ କହିବା ଅନୁସାରେ ଜୁଲାଇ ସୁଦ୍ଧା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଅପିଲ କରୁଛି ସଙ୍ଘ। ଯଦି ସରକାର ଜୁଲାଇ ମାସ ସୁଦ୍ଧା ଦାବି ପୂରଣ ନ କରନ୍ତି, ତାହାହେଲେ ଅଗଷ୍ଟରେ ପୁଣି ଧର୍ମଘଟକୁ ଓହ୍ଲାଇବ ବସ୍‌ ମାଲିକ ସଙ୍ଘ। ରଥଯାତ୍ରାକୁ ଆଖିଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ସେପଟେ ବିଭାଗୀୟ ମନ୍ତ୍ରୀ ମଧ୍ୟ ଧର୍ମଘଟକୁ ସ୍ଥଗିତ ରଖିବାକୁ ସଙ୍ଘକୁ ପୂର୍ବରୁ ଅପିଲ କରିଥିଲେ ବୋଲି ଶ୍ରୀ ସାହୁ କହିଥିଲେ।

Powered by Froala Editor