ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ରାଜ୍ୟ ଖବର

ପୁରୀ: ଗତକାଲି ଶେଷ ହୋଇଛି ରଥଯାତ୍ରା । ଆଜି ଆଡ଼ପ ମଣ୍ଡପକୁ ପହଣ୍ଡି ହେବ ।  ଏନେଇ ପୁରୀରେ ମାଳ ମାଳ ପୁଲିସ । ତେବେ  ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  କାରଣ ପୁଲିସ ସୁରକ୍ଷାକୁ ଖାତିର ନକରି କୌଣସି ଦୁର୍ବୃତ୍ତ ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗି ଦେଇଥିବା ଜଣାଯାଇଛି । 

୨୦ରୁ ଅଧିକ ଚୁଲିକୁ ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାଯାଇଛି ।  ଗତକାଲି ରାତିରେ ରୋଷ ଘରେ ପଶି କେହି ଚୁଲି ଭାଙ୍ଗିଥିବା ଆଶଙ୍କା କରାଯାଉଛି ।  ଆଡ଼ପ ଅବଢା ରନ୍ଧା ପାଇଁ ଉକ୍ତ ଚୁଲି ପ୍ରସ୍ତୁତ ହୋଇଥିଲା ।   ଚୁଲି ଭଙ୍ଗା ନେଇ ସୁଆର ମହାସୁଆର ନିଯୋଗ ସଭାପତି ସୂଚନା ଦେଇଛନ୍ତି । ମୋଟ ୭୫୨ଟି ଚୁଲି ମଧ୍ୟରୁ ୨୦ଟି ଚୁଲି ଭଙ୍ଗା ଯାଇଛି ।  ତେବେ ଚୁଲି ଭଙ୍ଗା ଖବର ସାମନାକୁ ଆସିବା ପରେ ତନାଘନା ଆରମ୍ଭ ହୋଇଛି । ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରରେ ଚୁଲି ଭଙ୍ଗା ଯାଇଥିଲା । ଆଉ ତଦନ୍ତ ପରେ ଅଭିଯୁକ୍ତକୁ ବି ଗିରଫ କରାଯାଇଥିଲା । 

Powered by Froala Editor