ଏହି ୱେବସାଇଟରେ ଜାଣିପାରିବେ ମାଟ୍ରିକ ଫଳାଫଳ

ଏହି ୱେବସାଇଟରେ ଜାଣିପାରିବେ ମାଟ୍ରିକ ଫଳାଫଳ

ରାଜ୍ୟ ଖବର

ଭୁବନେଶ୍ୱର: ଜୁଲାଇ ୬ରେ ଅର୍ଥାତ ବୁଧବାର ଦିନ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ବରିଷ୍ଠ ଅଧିକାରୀ ଓ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସହ ଆଲୋଚନା କରିବା ପରେ ଗଣାମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।  ମାଟ୍ରିକ୍‌ ସହ ଷ୍ଟେଟ୍‌ ଓପନ ସ୍କୁଲ୍‌, ମଧ୍ୟମା ଆଦି ପରୀକ୍ଷା ଫଳ ମଧ୍ୟ ସମାନ ଭାବେ ପ୍ରକାଶ ପାଇବ । ଚଳିତ ବର୍ଷ ୫ ଲକ୍ଷ ୭୧ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ବୁଧବାର ଦିନ ଗୋଟିଏ ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବ । ମ୍ୟାଟ୍ରିକ୍‌ ରେଜଲ୍ଟ ବୋର୍ଡ଼ ସାଇଟ୍‌  www.bseodisha.ac.ni  ଓ  www.bseodisha.nic.inରେ ଉପଲବ୍ଧ ହେବ । ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍‌ର ସୁବିଧା ନାହିଁ, ସେମାନେ SMS  ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। OR10 ଲେଖି ରୋଲ୍‌ ନମ୍ବର  ୫୬୭୬୭୫୦କୁ ପଠାଇଲେ ରେଜଲ୍ଟ ମିଳିବ। 

Powered by Froala Editor