ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ପରେ...

ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ପରେ...

ରାଜ୍ୟ ଖବର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଭୂତିଆରବାହାଲ ଗାଁରେ ନାଇଟ୍ରୋଜେନ୍ ଗ୍ୟାସ୍ ସିଲିଣ୍ଡର ଫାଟି ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।  ଆହତ ଶ୍ରମିକମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆହତ ୩ ଜଣ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି।


ଆଜି ସକାଳେ ଭୂତିଆରବାହାଲ ଗାଁରେ ଥିବା ଏକ କ୍ରସରରେ ଶ୍ରମିକମାନେ କାମ କରୁଥିଲେ। ସେଠାରେ ଥିବା କମ୍ପ୍ରେସର ମେସିନ୍‌ରେ ଏହି ୩ଜଣ ଶ୍ରମିକ ନାଇଟ୍ରୋଜେନ୍ ଗ୍ୟାସ ଭର୍ତ୍ତି କରୁଥିଲେ। ହଠାତ୍ ନାଇଟ୍ରୋଜେନ୍ ସିଲିଣ୍ଡରଟି ବ୍ଲାଷ୍ଟ ହୋଇଥିଲା। ଏଥିରେ ୩ ଜଣ ଶ୍ରମିକ ପୋଡ଼ି ଯାଇଥିଲେ।ଏହି କ୍ରସରରେ ଆହୁରି ଅନେକ ଶ୍ରମିକ କାମ କରୁଥିଲେ। ହେଲେ ସେମାନଙ୍କର କିଛି ହୋଇନାହିଁ।

Powered by Froala Editor