ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସିଶୋଲୋ ଗାଁ ନିକଟରେ ଥିବା ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ଜଣଙ୍କ ହେଲେ ଆଶିଷ ଓଝା। ତାଙ୍କ ଘର ସିଶୋଲ ଗାଁରେ ବୋଲି ଜଣାଯାଇଛି।
ଆଜି ସକାଳେ ଆଶିଷଙ୍କ ମୃତଦେହ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ବାଲିପାଟଣା ପୁଲିସ ପହଞ୍ଚି ଘଟଣା ତଦନ୍ତ କରୁଛି। ତେବେ ଆଶିଷଙ୍କ ମୃତ୍ୟୁ କିପରି ହେଲା ତାହା ଜଣାପଡ଼ିନାହିଁ।
ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
Powered by Froala Editor
