କରଞ୍ଜିଆ: ହାତୀ ମଣିଷ ଲଢେ଼ଇ ଲାଗିରହିଛି । କେତେବେଳେ ହାତୀ ଉପରେ ଲୋକେ ଭାରି ପଢ଼ୁଛନ୍ତି ତ କେତେବେଳେ ହାତୀ ଲୋକଙ୍କର ଜୀବନ ପ୍ରତି ବିପଦ ସାଜୁଛି । ଥମିବାର ନାଁ ଧରୁନି କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ। କିଛିଦିନ ହେବ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର ବିଭିନ୍ନ ସ୍ଥାନରେ ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। କେବେ ହାତୀମାନେ ଫସଲ ନଷ୍ଟ କରି ଘରଦ୍ୱାର ଭାଙ୍ଗୁଛନ୍ତି ତ କେବେ ମଣିଷ ମାରୁଛନ୍ତି। ଶତ ଚେଷ୍ଟା ପରେବି ଏହି ଝାଡ଼ଖଣ୍ଡି ହାତୀପଲଙ୍କୁ ଘୋଡାଇବାରେ ଅସମର୍ଥ ହେଉଛି ବନବିଭାଗ। ଗତକାଲି ବିଳମ୍ବିତ ରାତିରେ ଶୁକୃଲି ବ୍ଲକର ତଲଙ୍ଗା, କୁଜିଆମ, ଧୁଡିପାଣି ଗାଁରେ ତିନୋଟି ଘର ଭାଙ୍ଗି ବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ୨୩ ଟିକିଆ ହାତୀପଲ ।
ଘର ଭାଙ୍ଗି ବା ସହିତ ଧାନ ଚାଉଳ ଖାଇଦେଇଛନ୍ତି ହାତୀପଲ । ବର୍ତ୍ତମାନ ଶୁକୃଲି ବ୍ଲକ ଅନ୍ତର୍ଗତ ମନହୋରପୁର ଜଙ୍ଗଲ ରେ ୧୪ ଟି ହାତୀ ଥିବା ବେଳେ କୁଜିଆମ ଜଙ୍ଗଲରେ ୯ ଟି ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ହାତୀପଲ ପାଇଁ କରଞ୍ଜିଆ, ଶୁକୃଲି ଏବଂ ରରୁଆ ବ୍ଲକ ରେ ୫୦ ରୁ ଉର୍ଦ୍ଧ୍ବ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ୨୩ ଟିକିଆ ହାତୀ ପଲ ଦିନ ବେଳେ ଜଙ୍ଗଲ ରହୁଥିବା ବେଳେ ସନ୍ଧ୍ୟା ସମୟରେ ଗାଁ ଅଭିମୁଖେ ଆସି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଏହି ହାତୀପଲ ମାସେ ମଧ୍ୟରେ ୩୦ ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ଥିବାର କରଞ୍ଜିଆ ACF ଫାଲ୍ଗୁନି ବେହେରା ସୂଚନା ଦେଇଛନ୍ତି
Powered by Froala Editor
