ବିଜେପିରେ ମିଶିବେକି ପ୍ରଦୀପ ପାଣିଗ୍ରାହୀ

ବିଜେପିରେ ମିଶିବେକି ପ୍ରଦୀପ ପାଣିଗ୍ରାହୀ

ରାଜ୍ୟ ଖବର

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ବିଜେପି ଆଡ଼କୁ ଢଳୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଆଜି ସେ ଯେଉଁ ଢଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି ତାହା ଉକ୍ତ ଚର୍ଚ୍ଚାକୁ ବଳ ଯୋଗାଉଛି ।  ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ପ୍ରଦୀପ ପ୍ରଶଂସାରେ ପୋତି ପକାଇଛନ୍ତି । ଦିନେ ନବୀନଙ୍କ ଋଣ ଓଡ଼ିଶାବାସୀ କେବେ ସୁଝି ପାରିବେନି ବୋଲି କହୁଥିବା ପ୍ରଦୀପ ଏବେ ମୋଦୀଙ୍କ ଋଣ ଓଡ଼ିଶାବାସୀ କେବେ ସୁଝିପାରିବେନି ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ମୋଦୀ ଓଡ଼ିଆ ଜାତିକୁ ଯେଉଁ ସମ୍ମାନ ଦେଇଛନ୍ତି କୌଣସି ପ୍ରଧାନମନ୍ତ୍ରୀ ଦେଇନାହାନ୍ତି ।  ମୋଦୀ ୮ ବର୍ଷର ଶାସନରେ ଓଡ଼ିଆଙ୍କୁ ବହୁ ବଡ଼ ଦାୟିତ୍ୱ ଦେଇଛନ୍ତି ।  ଶକ୍ତିକାନ୍ତ ଦାସଙ୍କ ଠାରୁ ଆରମ୍ଭ କରି ଗିରୀଶ ମୁର୍ମୁଙ୍କ ଯାଏଁ ବହୁ ଓଡ଼ିଆଙ୍କୁ ଦାୟିତ୍ୱ ଦେଇଛନ୍ତି । ଦେଶର ସର୍ବୋଚ୍ଚ ପଦରେ ଆଜି ଜଣେ ଓଡ଼ିଆ ଝିଅ ଦ୍ରୌପୁଦୀ ମୁର୍ମୁଙ୍କୁ ସୁଯୋଗ ଦେଇଛନ୍ତି ।  ଏଥିପାଇଁ ଓଡ଼ିଶାବାସୀ ମୋଦୀଙ୍କ ପ୍ରତି ଚିରଋଣୀ । ତାଙ୍କ ଋଣ ସୁଝି ହେବନି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । 

ଅନ୍ୟପକ୍ଷରେ ସେ କହିଛନ୍ତି ଯେ ଦ୍ରୌପୁଦୀ ମୁର୍ମୁଙ୍କୁ ଭୋଟ ଦେବା ନେଇ ତାଙ୍କୁ କେହି କିଛି କହିନାହାନ୍ତି  । ବିବେକ ଅନୁସାରେ ସେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବେ ବୋଲି କହିଛନ୍ତି । 

Powered by Froala Editor