ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ନୂଆ ପ୍ରଧାନମନ୍ତ୍ରୀ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ପାଇଁ ରାଜି ହୋଇଛନ୍ତି। ଜଣେ ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଯଦି ଏଭଳି ହୁଏ ତେବେ ଋଷି ପ୍ରଥମ ଭାରତୀୟ ବଂଶୋଦ୍ଭବ ହେବେ, ଯିଏ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ।ମିଳିଥିବା ସୂଚନା ମୁତାବକ, ଋଷି ସୁନାକ ବ୍ରିଟେନ ରାଜକୋଷର କୁଳପତି ଭାବରେ କାର୍ୟ୍ୟ କରିଥିଲେ। କିନ୍ତୁ ନିକଟରେ ଋଷି ସୁନାକ ଏବଂ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ୍ ଜାଭେଦଙ୍କ ଇସ୍ତଫା ପରେ ବ୍ରିଟେନର ଅନ୍ୟ ମନ୍ତ୍ରୀମାନେ ଇସ୍ତଫା ଦେବା ଆରମ୍ଭ କରିଥିଲେ। ଏକାଧିକ ମନ୍ତ୍ରୀ ଇସ୍ତଫା ଦେବା ଚାପରେ ଆଜି ଜନସନ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି।ଏବେ ଆସନ୍ତୁ ଜାଣିବା ବୋରିସ୍ ଜନସନଙ୍କ ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ଦୌଡ଼ରେ ଥିବା ଋଷି ସୁନାକ କିଏ? ଋଷି ସୁନାକଙ୍କ ଜେଜେବାପା-ଜେଜେ ମା’ ପଞ୍ଜାବରୁ ଯାଇ ବ୍ରିଟେନରେ ରହିବା ଆରମ୍ଭ କରିଥିଲେ। ଋଷି ସେଠାରେ ପାଠ ପଢ଼ିବା ସହ ଇନଫୋସିସ୍ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୁର୍ତ୍ତୀଙ୍କୁ ବିବାହ କରିଥିଲେ। ସେ କାଲିଫର୍ନିଆରେ ଅକ୍ଷତାଙ୍କୁ ଭେଟିବା ପରେ ଦୁହିଁଙ୍କର ପ୍ରେମ ବିବାହ ହୋଇଥିଲା। ତାଙ୍କର ଦୁଇଟି ଝିଅ ଅଛନ୍ତି। କରୋନା ମହାମାରୀ ସମୟରେ କୋଟି କୋଟି ପାଉଣ୍ଡର ଏକ ବିରାଟ ପ୍ୟାକେଜ୍ ଘୋଷଣା ପରେ ଋଷି ସୁନାକଙ୍କ ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଥିଲା।
Powered by Froala Editor
