ଭୁବନେଶ୍ଵରରେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ଵରରେ ଦ୍ରୌପଦୀ ମୁର୍ମୁ

ଜାତୀୟ ଖବର


ଭୁବନେଶ୍ଵର: ଭୁବନେଶ୍ଵରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଦ୍ରୌପଦୀଙ୍କୁ ସ୍ଵାଗତ କରିବାକୁ ବିମାନବନ୍ଦରରେ ଭବ୍ୟ ଆୟୋଜନ କରାଯାଇଛି। ପାରମ୍ପରିକ ନୃତ୍ୟ ଓ ଲୋକବାଦ୍ୟରେ କମ୍ପୁଛି ବିମାନବନ୍ଦର। ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟରେ ମଧ୍ୟରେ ସେ ସିଧା ରାଜ୍ୟ ଅତିଥି ଭବନ ଯାଇଛନ୍ତି।

ଓଡ଼ିଶାରୁ ସମର୍ଥନ ମାଗିବା ପାଇଁ ଭୁବନେଶ୍ୱର ଆସିଛନ୍ତି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସେ ପୃଥକ୍‌ ଭାବେ ବିଜେଡି ଓ ବିଜେପିର ବିଧାୟକ ଏବଂ ସାଂସଦଙ୍କୁ ଭେଟିବେ। ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ଅନୁରୋଧ କରିବେ । ବିମାନବନ୍ଦରରୁ ରାଜ୍ୟ ଅତିଥି ଭବନ ଓ ବିଧାନସଭା ପର୍ୟ୍ୟନ୍ତ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ।

ବିଧାନସଭାରେ ପହଞ୍ଚିବା ମାତ୍ରେ ମନ୍ତ୍ରୀ, ବିଧାୟକ ଓ ସାଂସଦ ଦ୍ରୌପଦୀଙ୍କୁ ପାଛୋଟି ନେବେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷକୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସେଠାରେ ବୈଠକ କାର୍ୟ୍ୟକ୍ରମ ଥିବା ଜଣାପଡ଼ିଛି । ବୈଠକରେ ବିଜେଡି ବିଧାୟକ, ସାଂସଦ ଉପସ୍ଥିତ ରହିବେ । ଶ୍ରୀମତୀ ମୁର୍ମୁ ସଭିଙ୍କ ସହଯୋଗ ପାଇଁ ଅନୁରୋଧ କରିବେ । ନବୀନ ମଧ୍ୟ ତାଙ୍କ ପାଇଁ ସମର୍ଥନ ମାଗିବେ ।

Powered by Froala Editor