ଯୁବକଙ୍କୁ ପିଟିପିଟି ହତ୍ୟା

ଯୁବକଙ୍କୁ ପିଟିପିଟି ହତ୍ୟା

ରାଜ୍ୟ ଖବର

ବାଲେଶ୍ଵର : ଲୁହା ରଡ ଚୋରି କରିବାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକେ। ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଇଞ୍ଚୁଡି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ସେହି ଗାଁର କୁନା ଦଳେଇ।

ସୂଚନାନୁଯାୟୀ, ଖନ୍ତାପଡ଼ା ଥାନା ଇଞ୍ଚୁଡି ଗାଁର କୁନା ଦଳେଇ ଗୋଟିଏ ୫ ଫୁଟର ରଡ ଚୋରି କରିଥିବା ଅଭିଯୋଗରେ ତାଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣା ପରେ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଦାବିରେ ଗାଁ ଲୋକମାନେ ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି। ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ କୁନାଙ୍କ ମୃତଦେହ ପଡ଼ିରହିଛି।

Powered by Froala Editor