ନବୀନ ନିବାସରେ ମୁଖ୍ୟମନ୍ତ୍ରୀ-ଦ୍ରୌପଦୀ ଆଲୋଚନା

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ-ଦ୍ରୌପଦୀ ଆଲୋଚନା

ରାଜ୍ୟ ଖବର

ଭୁବନେଶ୍ୱର : ଭୁବନେଶ୍ୱରରେ  ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର। ଢୋଲ ଓ ଦୁଲଦୁଲି ବାଜାର ତାଳେ ତାଳେ ଦ୍ରୌପଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇ ବିମାନବନ୍ଦରରୁ ରାଜ୍ୟ ଅତିଥି ଭବନକୁ ପାଛୋଟି ନିଆଯାଇଛି। ଶ୍ରୀମତୀ ମୁର୍ମୁ ରାଜ୍ୟ ଅତିଥି ଭବନରେ କିଛି ସମୟ ରହିବା ପରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷକୁ ଯିବେ। ସେଠାରେ ଏକ ବୈଠକ ଅନୁଷ୍ଠିତ ହେବ। ଯେଉଁଠି ଉପସ୍ଥିତ ରହିବେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ।  ସେମାନଙ୍କ ସହିତ ରାଷ୍ଟ୍ରପତି ନିର୍ବାଚନ ନେଇ ଶ୍ରୀମତୀ ମୁର୍ମୁ ଆଲୋଚନା କରିବେ।

ବିଧାନସଭାରୁ ଫେରିବା ପରେ ପୁଣି ଥରେ ରାଜ୍ୟ ଅତିଥି ଭବନରେ ବିଜେପି ବିଧାୟକ ଓ ସାଂସଦଙ୍କ ସହ ଶ୍ରମତୀ ମୁର୍ମୁ ଆଲୋଚନା କରିବେ। ଏହାପରେ ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୩୦ ମିନିଟର ଆଲୋଚନା କରିବେ। ଏହାପରେ ଶ୍ରୀମତୀ ମୁର୍ମୁ ଦିନ ୧ଟାରେ ଭୁବନେଶ୍ୱରରୁ ଚାଟାର୍ଡ ଫ୍ଲାଇଟରେ ଲକ୍ଷ୍ନୌ ଯିବାର କାର୍ୟ୍ୟକ୍ରମ ରହିଛି।

Powered by Froala Editor