ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଗୁଳି ମାଡ଼ରେ ମୃତ୍ୟୁ ହୋଇଯାଇଛି। ସିଞ୍ଜୋ ଆବେଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ମୋର ପ୍ରିୟ ବନ୍ଧୁ ସିଞ୍ଜୋ ଆବେ ଏବଂ ମୋର ଅନେକ ବର୍ଷ ଧରି ସମ୍ପର୍କ ଥିଲା। ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ତାଙ୍କୁ ଜାଣିଥିଲି।
ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ ଜୁଲାଇ ୯ରେ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ଆବେଙ୍କ ସହ ମୋର ବନ୍ଧୁତା ବହୁ ବର୍ଷ ପୁରୁଣା ଥିଲା।
ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଁ ତାଙ୍କୁ ଜାଣିଥିଲି ଏବଂ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ଆମର ବନ୍ଧୁତା ଜାରି ରହିଥିଲା। ଅର୍ଥନୀତି ଏବଂ ବିଶ୍ୱ ବ୍ୟାପାର ଉପରେ ତାଙ୍କର ତୀକ୍ଷ୍ଣ ଅନ୍ତର୍ଦୃଷ୍ଟି ମୋ ଉପରେ ସର୍ବଦା ଏକ ଗଭୀର ପ୍ରଭାବ ପକାଇଛି। ଆଜି ସମଗ୍ର ଭାରତ ଆମର ଜାପାନୀ ଭାଇ ଓ ଭଉଣୀମାନଙ୍କ ସହିତ ଛିଡା ହୋଇଛୁ।
Powered by Froala Editor
