ଳଣ୍ଡନ: ବିଶ୍ୱକପ ଟିମ ବାଦ ପଡ଼ିଲେ ବିଜୟ ଶଙ୍କର । ଆହତ କାରଣରୁ ତାଙ୍କୁ ଟିମରୁ ବାଦ ଦିଆଯାଇଛି । ଆଗାମୀ ମ୍ୟାଚରେ ବିଜୟଶଙ୍କର ସ୍ଥାନରେ ମୟଙ୍କ ଅଗ୍ରୱାଲ ଖେଳିପାରନ୍ତି ବୋଲି କୁହାଯାଉଛି । ଗତକାଲି ଅନୁଷ୍ଠିତ ଇଂଲଣ୍ଡ ଓ ଭାରତ ମ୍ୟାଚରେ ବିଜୟଙ୍କ ସ୍ଥାନରେ ଋଷଭ ପନ୍ତ ଖେଳିଥିଲେ । ତାଙ୍କ ସ୍ଥାନରେ ମାୟଙ୍କ ଅଗ୍ରାଓ୍ବାଲଙ୍କୁ ଡାକରା ଦିଆଯାଇପାରେ। କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ପଦାର୍ପଣ କରିଥିଲେ। ବିଜୟଙ୍କ ଗୋଡ଼ଆଙ୍ଗୁଠିରେ ପୁଣି ଥରେ ଯଶପ୍ରୀତ ବୁମରାଙ୍କ ବଲ ବାଜିଛି। ତାଙ୍କ ସମସ୍ୟା ବୃଦ୍ଧି ପାଇଛି। ସେ ଆଉ ଚଳିତ ବିଶ୍ୱକପ୍ରେ ଭାଗ ନେଇ ପାରିବେ ନାହିଁ। ଟିମ୍ ମ୍ୟାନେଜମେଣ୍ଟ ବଦଳ ଖେଳାଳି ଭାବେ ସମ୍ଭବତଃ ମାୟଙ୍କଙ୍କୁ ଦଳରେ ସାମିଲ କରିପାରେ। ଯଦି ରିଷଭ ପନ୍ତ ପରବର୍ତ୍ତୀ ଦୁଇଟି ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଲେ ମାୟଙ୍କ ଜଣେ ଓପନର ଭାବେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି।
