ଭୁବନେଶ୍ୱର : ରାଜ୍ୟରେ ଚହଳ ପକାଇଥିବା ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ୧୦ଦିନ ପୂରିଥିଲେବି ଏଯାଏ ପୋଲିସର ହାତ ଖାଲି । ରୁଚିକାଙ୍କ ମୃତୁ୍ୟ ଦିନଠାରୁ ତାଙ୍କ ମାଆ ଓ କିଛି ଛାତ୍ରୀ ନ୍ୟାୟ ଦାବିରେ ବିଜେବି କଲେଜ ସାମ୍ନାରେ ଧାରଣାରେ ବସିଛନ୍ତି । ତେବେ ଆଜି ରୁଚିକାଙ୍କ ଦଶାହ ହୋଇଥିବାରୁ, ରୁଚିକାଙ୍କ ମାଆ ଦଶାହ ପାଳିବେ ବୋଲି କହିଥିଲେ । କିନ୍ତୁ ଆଜି ସକାଳୁ ପୋଲିସ୍ ଆସି ଟେଣ୍ଡ ଭାଙ୍ଗିଥିଲା । ଏହାପରେ ରୁଚିକାଙ୍କ ମାଆଙ୍କୁ ରାସ୍ତାରେ ଜବରଦସ୍ତ ଘୋଷାଡି ଘୋଷାଡି ନେବା ସହିତ ଧାରଣାରେ ବସିଥିବା ଅନ୍ୟମାନଙ୍କୁ ମଧ୍ୟ ପୋଲିସ୍ ଉଠାଇ ନେଇଛି ।
ରୁଚିକାଙ୍କ ମାଆଙ୍କୁ ପୋଲିସ୍ ଉଠାଇନେବାବେଳେ ମନର କୋହ ବଖାଣିଛନ୍ତି ରୁଚିକାଙ୍କ ମାଆ । ସେ କୋହଭରା କଣ୍ଠରେ କହିଛନ୍ତି ଯେ, ତାଙ୍କୁ ନ୍ୟାୟ ମିଳିଳାନି, ସରକାର ଚପାଇ ଦେଲେ ଓ ଏହାପଛରେ ବହୁତ ବଡ ବଡ ଲୋକଙ୍କ ହାତ ରହିଛି । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ବହୁତ କିଛି କରିବି, ସେଥିପାଇଁ ଆପଣମାନେ ଦାୟି ରହିବେ’ । ଅନ୍ୟପଟେ ପୋଲିସ୍ କହିଛି ଯେ, ସେ ଯେଉଁଠି ବସି ଧାରଣା ଦେଉଛନ୍ତି, ତାହା ଉପଯୁକ୍ତ ସ୍ଥାନ ନୁହେଁ, ଧାରଣାରେ ବସିବା ଦ୍ୱାରା କଲେଜ ପରିବେଶ ନଷ୍ଟ ହେଉଛି । ଏ ଘଟଣାର ତଦନ୍ତ ଜାରି ରହିଛି ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor
