ରାଷ୍ଟ୍ରପତି ନିର୍ବାଚନ; ଭୁବନେଶ୍ବରରେ ପହଞ୍ଚିଲା ବାଲଟ ବକ୍ସ

ରାଷ୍ଟ୍ରପତି ନିର୍ବାଚନ; ଭୁବନେଶ୍ବରରେ ପହଞ୍ଚିଲା ବାଲଟ ବକ୍ସ

ଜାତୀୟ ଖବର

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ  ରାଷ୍ଟ୍ରପତି ନିର୍ବାଚନ।  ୨୧ ତାରିଖରେ ପ୍ରକାଶ ପାଇବ ଫଳାଫଳ।  ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିବାକୁ ମୁହାଁମୁହିଁ ହୋଇଛନ୍ତି ଏନଡିଏ ସମର୍ଥିତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶବନ୍ତ ସିହ୍ନା । ଭଚ୍ଚ

ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଛି ବାଲାଟ ବକ୍ସ। ସୁରକ୍ଷା ବଳୟ ମଧ୍ୟରେ ଏହି ବାଲଟ ବକ୍ସ ଭୁବନେଶ୍ୱର ବିମାନବନ୍ଦରରୁ ବିଧାନସଭାକୁ ଅଣାଯାଇଥିଲା। ନିର୍ବାଚନ ଅଧିକାରୀଙ୍କ ସହିତ ପୁରା ଟିମ ମଧ୍ୟ ଓଡିଶାରେ ପହଞ୍ଚିଛନ୍ତି ।

ଅପରପକ୍ଷେ, ରାଷ୍ଟ୍ରପତି ପଦ ହାତେଇବା ନିମନ୍ତେ ଉଭୟ ଦ୍ରୌପଦୀ ମୁର୍ମୁ ଓ ଯଶବନ୍ତ ସିହ୍ନା ବିଭିନ୍ନ ରାଜ୍ୟ ଗସ୍ତ କରି ରାଜନୈତିକ ଦଳଙ୍କ ସମର୍ଥନ ଲୋଡ଼ୁଛନ୍ତି। ତେଣୁ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳୁଛି, କିଏ ହେବ ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟ ତାହା ଉପରେ ରହିଛି ସମସ୍ତଙ୍କ ନଜର ।


Powered by Froala Editor