ମହିଳାଙ୍କ ଉପରକୁ ଏସିଡ ମାଡ଼

ମହିଳାଙ୍କ ଉପରକୁ ଏସିଡ ମାଡ଼

ରାଜ୍ୟ ଖବର


ଆଠଗଡ:କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣାରେ  ମର୍ଣ୍ଣିଂ ୱାକ୍‌ କରୁଥିବା ମହିଳାଙ୍କ ଉପରକୁ ହୋଇଛି ଏସିଡ ମାଡ଼ । ଏସିଡ ମାଡ଼ ଯୋଗୁ ମହିଳାଙ୍କ ଶରୀରର ୫୦% ପୋଡ଼ି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ମହିଳାଜଣକ ହେଲେ ୩୬ ବର୍ଷୀୟା ରୀନା ସାହୁ ।
ରୀନା ନୂଆପାଟଣାରେ ଏକା ରହୁଥିବା ବେଳେ ତାଙ୍କ ପରିବାର ସଦସ୍ୟ ଅନ୍ୟତ୍ର ରହୁଥିଲେ। ସବୁଦିନ ପରି ଆଜି ଭୋର ପ୍ରାୟ ୪ଟାରେ ରିନା ମର୍ଣ୍ଣିଂ  ୱାକ୍‌ କରିବାକୁ ଘରୁ ବାହାରିଥିଲେ। ମାତ୍ର କିଛି ବାଟ ଯିବା ପରେ ହଠାତ୍‌ କେହି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ। ଏହାପରେ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିବା ବେଳେ ରିନାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ।  ତାଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

Powered by Froala Editor