ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମୃତ

ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମୃତ

ରାଜ୍ୟ ଖବର

 

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା କାରାଗାରରେ ଆଜୀବନ ସଜା କାଟୁଥିବା ଜଣେ କଏଦୀର ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ଘଟିଛି।  ମୃତ କଏଦୀ ଜଣକ ହେଲେ ରାମଚନ୍ଦ୍ରପୁର ନୂଆସାହି ଅଞ୍ଚଳର ଖଗେଶ୍ୱର ବେହେରା।

ଜେଲ କର୍ତ୍ତୃପକ୍ଷଙ୍କର କହିବା ଅନୁଯାୟୀ ଖଗେଶ୍ୱର ମଧୁମେହ ରୋଗରେ ପୀଡ଼ିତ ଥିଲେ। ସେ ଜେଲରେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖଗେଶ୍ୱର ୨୦୦୨ ମସିହାରେ ଏକ ଗଣହତ୍ୟା ମାମଲାରେ ଗିରଫ ହୋଇଥିଲେ। ୨୦୦୫ରେ କେନ୍ଦୁଝର ଜିଲ୍ଲା ଦୌରା ଜଜ୍ ତାଙ୍କୁ ଫାଶି ଦଣ୍ଡାଦେଶ ଦେଇଥିଲେ। ପରେ ୨୦୦୮ରେ ହାଇକୋର୍ଟ ଏହାକୁ ‌ଆଜୀବନ ଦଣ୍ଡରେ ପରିବର୍ତ୍ତିତ ଥିଲେ।

Powered by Froala Editor