ଶୂନ୍ୟକାଳରେ ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ

ଶୂନ୍ୟକାଳରେ ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ

ରାଜ୍ୟ ଖବର

ଭୁବନେଶ୍ୱର : ବିଧାନସଭାର ଶୂନ୍ୟକାଳରେ ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ  । କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜ କଥା ଉଠାଇ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି ସୀମାରେ ଭାଷା,ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ  । ଆନ୍ଧ୍ର ସରକାର ସୀମାନ୍ତବର୍ତ୍ତୀ ଲୋକମାନଙ୍କୁ ବିଭିନ୍ନ ଯୋଜନା ଦେଇ ପ୍ରଲୋଭିତ କରୁଛନ୍ତି । ଯେଉଁଥିରେ ୧୦୦ ରୁ ଉର୍ଦ୍ଧ୍ୱ ଗ୍ରାମ ଏହା ଦ୍ୱାରା ପ୍ରଭାବିତ  । ମାତ୍ର ରାଜ୍ୟ ସରକାର ସବୁବେଳେ ତଥା କଥିତ ଉତ୍ତର ଦେଉଛନ୍ତି ଆମେ ଅନୁଧ୍ୟାନ କରୁଛୁ  ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ପାଖରେ ଖବର ନାହିଁ , ଯଦି ସରକାର ଏପରି କହିବେ ତେବେ ଖବର କିଏ ରଖିବ । ବିଭାଗୀୟ ମନ୍ତ୍ରୀ କାହିଁକି କୋଟିଆ ଅଂଚଳ ପରିଦର୍ଶନ କରୁ ନାହାନ୍ତି କେଉଁଠି ଅସୁବିଧା ରହୁଛି ବୋଲି କହିଛନ୍ତି ବିଷ୍ଣୁ  । ଯେତେବେଳେ ସରକାରୀ ଦଳର ବିଧାୟକ ମାନେ ପ୍ରଶ୍ନ କରୁଛନ୍ତି ସେ ସମୟରେ ସରକାର କହୁଛନ୍ତି ଆମ ପାଖରେ ଖବର ନାହିଁ  । ଏଥିରୁ ଆମେ କଣ ବୁଝିବୁ, ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ଯେଉଁ ପ୍ରଶ୍ନ କରିଥିଲେ ଏବଂ ପଟାଙ୍ଗୀ ବିଧାୟକ ପ୍ରତିମ ପାଢ଼ୀ ଯେଉଁ କଥା କହୁଛନ୍ତି ତାହା ସତ୍ୟ ନା ମନ୍ତ୍ରୀ ପ୍ରମିଳା ମଲିକ ଯେଉଁ ଉତ୍ତର ଦେଲେ ତାହା ସତ୍ୟ ବୋଲି ପ୍ରଶ୍ନ କରିଛନ୍ତି ବଷ୍ଣୁ ସେଠୀ ।

Powered by Froala Editor