ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, ଚୁଡ଼ା, ତେଲ, ପାଣି, ଲୁଣ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳକୁ ଏକ ପାତ୍ରରେ ୩ରୁ ୪ ଘଣ୍ଟା ପର୍ୟ୍ୟନ୍ତ ଭିଜାଇ ରଖନ୍ତୁ। ଏହାସହ ଚୁଡ଼ାକୁ ମଧ୍ୟ ଅଧ ଘଣ୍ଟା ପର୍ୟ୍ୟନ୍ତ ଏକ ପାତ୍ରରେ ଭିଜାଇ ରଖନ୍ତୁ। ପରେ ଚୁଡ଼ା ଓ ଚାଉଳକୁ ମିଶାଇ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ଏହି ଆଣରେ ଅଳ୍ପ ପାଣି ଓ ଲୁଣ ମିଶାଇ ଗୋଳାଇ ଦିଅନ୍ତୁ। ପରେ ତାୱା ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏହି ଆଣକୁ ପକାଇ ଚକୁଳି ଆକାରରେ ଗଢ଼ନ୍ତୁ। ଚକୁଳିର ଦୁଇ ପାଖ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚୁଡ଼ା ଚକୁଳି।
Powered by Froala Editor
