ନର୍ମଦାରେ ବସ୍‌ ଖସି ୧୨ ଯାତୀ ମୃତ

ନର୍ମଦାରେ ବସ୍‌ ଖସି ୧୨ ଯାତୀ ମୃତ

ଜାତୀୟ ଖବର

ଇନ୍ଦୋର: ମଧ୍ୟପ୍ରଦେଶର ଧାରରେ ନର୍ମଦା ନଦୀ ପୋଲରୁ ବସି ଖସି ୧୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନଦୀରେ ଭରପୂର ପାଣି ଭର୍ତ୍ତି ହୋଇଥିବା ବେଳେ ଏପରି ଦୁର୍ଘଟଣା ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ମହାରାଷ୍ଟ୍ରର ପୁନେ ଯାଉଥିବା ଉକ୍ତ ବସ୍‌ରେ ୫୫ ଜଣ ଯାତ୍ରୀ ଥିଲେ। ଖବରପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରହିଛି। ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ମଧ୍ୟ ଉଦ୍ଧାର କାର୍ୟ୍ୟରେ ସହଯୋଗ କରୁଛନ୍ତି। ବସ୍‌ଟି ଇନ୍ଦୋରରୁ ପୁନେ ଯାଉଥିଲା ବୋଲି ଜଣାପଡ଼ିଛି। ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଉଦ୍ଧାର କାର୍ୟ୍ୟ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି। 

Powered by Froala Editor